Advertisment

ଅଲ୍ଲୀ ତୁଣ୍ଡରେ ରାମ ନାମ ସତ୍ୟ ହେ…

ରାଉରକେଲା (ପବନ ତି..ରୀ): ମହାମାରୀ ବେଳେ ବାପାଙ୍କୁ ପୁଅ ଛୁଉଁନି। ଅନ୍ତିମ ସଂସ୍କାର କଥା ଛାଡ଼ନ୍ତୁ। ହେଲେ ଏପରି ସମୟରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଶବ ସତ୍କାର କରିଛି ଜଣେ ମୁସଲମାନ ଯୁବକ। ଆଉ ବନ୍ଧୁ ପଣିଆର ପରିଚୟ ଦେଇ ଶ୍ମଶାନରେ କାନ୍ଧେଇଛି ଶବ। ଆଉ ତୁଣ୍ଡରେ ଧରିଛି ରାମ ନାମ ସତ୍ୟ ହେ… । ପୂରା ଘଟଣାଟି ଏମିତି। ସୁନ୍ଦରଗଡ ବନ୍ଧପାଲି ଅଞ୍ଚଳର ସନାତନ ପଟେଲ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସୁନ୍ଦରଗଡ଼ ଏନଟିପିସି […]

author-image
Manoranjan Sial
ଅଦ୍ୟତନ ହୋଇଛି
ଅଲ୍ଲୀ ତୁଣ୍ଡରେ ରାମ ନାମ ସତ୍ୟ ହେ…

raam-naam

ରାଉରକେଲା (ପବନ ତି..ରୀ): ମହାମାରୀ ବେଳେ ବାପାଙ୍କୁ ପୁଅ ଛୁଉଁନି। ଅନ୍ତିମ ସଂସ୍କାର କଥା ଛାଡ଼ନ୍ତୁ। ହେଲେ ଏପରି ସମୟରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଶବ ସତ୍କାର କରିଛି ଜଣେ ମୁସଲମାନ ଯୁବକ। ଆଉ ବନ୍ଧୁ ପଣିଆର ପରିଚୟ ଦେଇ ଶ୍ମଶାନରେ କାନ୍ଧେଇଛି ଶବ। ଆଉ ତୁଣ୍ଡରେ ଧରିଛି ରାମ ନାମ ସତ୍ୟ ହେ… ।

Advertisment

ପୂରା ଘଟଣାଟି ଏମିତି। ସୁନ୍ଦରଗଡବନ୍ଧପାଲି ଅଞ୍ଚଳର ସନାତନ ପଟେଲ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ତାଙ୍କ ମରଶରୀରକୁ ରାଣୀବଗିଚା ଶ୍ମଶାନକୁ ଅଣାଯାଇଥିଲା । କୋଭିଡ ଗାଇଡଲାଇନରେ ସେଠାରେ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିଲା । ଆଉ ସେହି ସମୟରେ ମୃତ ସନାତନ ପଟେଲଙ୍କ ବନ୍ଧୁ ରହମତ ଅଲ୍ଲୀ ଶ୍ମଶାନ ବନ୍ଧୁଙ୍କୁ ଅନୁରୋଧ କରିଥିଲେ । କହିଥିଲେ, ମୁଁ ଶବ ସଂସ୍କାରରେ ସାମିଲହେବି ।

ରହମତ ଅଲ୍ଲୀଙ୍କ ଏପରି ଅନୁରୋଧକୁ ଖଣ୍ଡନ କରିପାରିଲେ ନାହିଁ 4 ଶ୍ମଶାନବନ୍ଧୁ । ତାଙ୍କ କଥାରେ ଏମାନେ ରାଜିହେଲେ । ନିୟମ ବହିର୍ଭୁତ ହୋଇଥିଲେ ମଧ୍ୟ ରହମତଙ୍କୁ ଶବ ସଂସ୍କାରରେ ସାମିଲ ହେବାକୁ ଅନୁମତି ଦେଇଥିଲେ । ଆଉ ତାପରେ ହିନ୍ଦୁ ରୀତିନୀତିରେ ହୋଇଥିଲା ସନାତନ ପଟେଲଙ୍କର ଶବସଂସ୍କାର । ଜଣେ ହିନ୍ଦୁଙ୍କ ପରି ରହମତ ମୃତଦେହକୁ କାନ୍ଧଦେଇଥିଲେ ଓ ରାମ ରାମ ସତ୍ୟ ହେ… କହିଥିଲେ । କରୋନା ମହାମାରୀର ପ୍ରକୋପ ବେଳେ ଯେଉଁଠି ନିଜ ପରିବାର ସଦସ୍ୟ ମୃତଦେହକୁ ଛୁଇଁବାକୁ ଅାଗେଇ ଅାସୁ ନ ଥିବା ବେଳେ ରହମତଙ୍କ ଏଭଳି ମହାନତା ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment
Corona Death In Odisha Odia Offbeat