Advertisment

ଭୋଜି ଖାଇ ମା’ ସହ ଫେରୁଥିଲା ଦେଢ଼ ବର୍ଷର ଝିଅ, କଚାଡ଼ି ଦେଲା ହାତୀ

ବିରମିତ୍ରପୁର(ଓଡ଼ିଶା ରିପୋର୍ଟର): ବିବାହ ଭୋଜି ଖାଇ ଖୁସି ମନରେ ଘରକୁ ଫେରୁଥିଲେ ମା’ ଝିଅ। ଆଉ କିଛି ସମୟରେ ଘରେ ପହଞ୍ଚି ମଧ୍ୟ ଯାଇଥାନ୍ତେ। ହେଲେ ବିଧିର ବିଧାନ ଅଲଗା। ଘରେ ପହଞ୍ଚିବା ପୂର୍ବରୁ ବାଟରେ ହାତୀ ହାବୁଡ଼ରେ ପଡ଼ିଗଲେ ମା’ଝିଅ। ମା’ ଆଗରେ କୁନି ଝିଅଟିକୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ। ଛଟପଟ ହୋଇ ମା’ ଆଗରେ ଝିଅ ଜୀବନ ଚାଲି ଯାଇଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ମା’ ଏବେ ଜୀବନ ସହ […]

ଅଦ୍ୟତନ ହୋଇଛି
ଭୋଜି ଖାଇ ମା’ ସହ ଫେରୁଥିଲା ଦେଢ଼ ବର୍ଷର ଝିଅ, କଚାଡ଼ି ଦେଲା ହାତୀ

elephant

Advertisment

ବିରମିତ୍ରପୁର(ଓଡ଼ିଶା ରିପୋର୍ଟର): ବିବାହ ଭୋଜି ଖାଇ ଖୁସି ମନରେ ଘରକୁ ଫେରୁଥିଲେ ମା’ ଝିଅ। ଆଉ କିଛି ସମୟରେ ଘରେ ପହଞ୍ଚି ମଧ୍ୟ ଯାଇଥାନ୍ତେ। ହେଲେ ବିଧିର ବିଧାନ ଅଲଗା। ଘରେ ପହଞ୍ଚିବା ପୂର୍ବରୁ ବାଟରେ ହାତୀ ହାବୁଡ଼ରେ ପଡ଼ିଗଲେ ମା’ଝିଅ। ମା’ ଆଗରେ କୁନି ଝିଅଟିକୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ। ଛଟପଟ ହୋଇ ମା’ ଆଗରେ ଝିଅ ଜୀବନ ଚାଲି ଯାଇଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ମା’ ଏବେ ଜୀବନ ସହ ସଂଘର୍ଷ କରୁଛି। ଏପରି ହୃଦୟ ବିଦାୟକ ଘଟଣା ଗତକାଲି ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଅଞ୍ଚଳରେ ଘଟିଯାଇଛି।

Advertisment

ଗତକାଲି ରାତିରେ ଘର ନିକଟରେ ହେଉଥିବା ବିବାହ କାର୍ଯ୍ୟରେ ଯୋଗଦେଇ ମା’ ଓ ଦେଢ ବର୍ଷର ଝିଅ ଫେରୁଥିବା ବେଳେ ଘଟିଗଲା ଏହି ଅଘଟଣ ।  ହାତୀ ଆକ୍ରମଣରେ ଝିଅଟି ଆଖି ବୁଜିଥିବା ବେଳେ ମହିଳାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଏହି ଖବର ପ୍ରଚାରିତହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଅଘଟଣ ପରେ ହାତୀଟି ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe