Advertisment

ବାରହା ଭାବି ଯୁବତୀଙ୍କୁ ଗୁଳିମାଡ଼! ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼ (ବିଜୟ ବରୁଆ): ବାରହା ଭାବି ଯୁବତୀଙ୍କୁ ଗୁଳି କରିଦେଲେ ଶିକାରୀ। ଏମିତି ଅଭିଯୋଗ ଆସିଛି, ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା କୁଲଟା ପଞ୍ଚାୟତର ଲମଟି ଗାଁରୁ। ଉର୍ବଶୀ ନାୟକ ନାମକ ଜଣେ ଯୁବତୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆହତ ଉର୍ବଶୀଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବତୀ ଜଣଙ୍କର ଘର ହେଉଛି ଧୁମାଗଡ଼ ଗାଁରେ। ଉର୍ବଶୀ ମାମୁ ଘରେ ରହି ବିରବିରା କଲେଜରେ ପାଠ ପଢନ୍ତି। ତେବେ ଆଜି ଦିନ ୧୧ଟାରେ ନିଜ ସମ୍ପର୍କୀୟଙ୍କ […]

ଅଦ୍ୟତନ ହୋଇଛି
ବାରହା ଭାବି ଯୁବତୀଙ୍କୁ ଗୁଳିମାଡ଼! ହସ୍ପିଟାଲରେ ଭର୍ତ୍ତି

sundaegarh

Advertisment

ସୁନ୍ଦରଗଡ଼ (ବିଜୟ ବରୁଆ): ବାରହା ଭାବି ଯୁବତୀଙ୍କୁ ଗୁଳି କରିଦେଲେ ଶିକାରୀ। ଏମିତି ଅଭିଯୋଗ ଆସିଛି, ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡିହି ଥାନା କୁଲଟା ପଞ୍ଚାୟତର ଲମଟି ଗାଁରୁ। ଉର୍ବଶୀ ନାୟକ ନାମକ ଜଣେ ଯୁବତୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆହତ ଉର୍ବଶୀଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଯୁବତୀ ଜଣଙ୍କର ଘର ହେଉଛି ଧୁମାଗଡ଼ ଗାଁରେ। ଉର୍ବଶୀ ମାମୁ ଘରେ ରହି ବିରବିରା କଲେଜରେ ପାଠ ପଢନ୍ତି। ତେବେ ଆଜି ଦିନ ୧୧ଟାରେ ନିଜ ସମ୍ପର୍କୀୟଙ୍କ ସହ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲରେ କାଠ ସଂଗ୍ରହବେଳେ ଶବ୍ଦ ହେବାରୁ ବାରହା ହୋଇଥିବା ଭାବି ଜଣେ ଶିକାରୀ ଉର୍ବଶୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଉର୍ବଶୀ ଆହତ ହୋଇଥିଲେ।

ଘଟଣାସ୍ଥଳରୁ ଆହତ ଯୁବତୀଙ୍କୁ ସାଥିରେ ଅନ୍ୟ ମହିଳାମାନେ ଉଦ୍ଧାର କରି ଗାଁକୁ ଆଣିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe