Advertisment

ସ୍ୱାମୀର ଗଳା କାଟି ଦେଲା, ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର

ସୁନ୍ଦରଗଡ଼ (ବିଜୟ ବରୁଆ): ସ୍ତ୍ରୀ ଆଗରେ ସ୍ୱାମୀର ଗଳା କାଟିଦେଲେ। ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ହୋଇ ପଡ଼ିଛି। ଏମିତି ଏକ ବିଭତ୍ସ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଦିଆମୁଣ୍ଡା ଗ୍ରାମରେ ଥିବା ଇଟା ଭାଟିରେ। ଦିଆମୁଣ୍ଡା ଗ୍ରାମରେ ଏକ ଇଟାଭାଟିରେ ଛତିଶଗଡ଼ ଅଞ୍ଚଳର ଜଣେ ବ୍ୟକ୍ତି କାମ କରୁଥିଲେ। ସେଠାରେ ଆଉ ଏକ ଇଟାଭାଟିରେ ଶୁକ୍ରୁ ନାମକ ବ୍ୟକ୍ତି ମଧ୍ୟ କାମ କରୁଥିଲେ। ତେବେ ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ କୌଣସି […]

author-image
Ranjit Kumar Jena
ସର୍ବସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

murdered

ସୁନ୍ଦରଗଡ଼ (ବିଜୟ ବରୁଆ): ସ୍ତ୍ରୀ ଆଗରେ ସ୍ୱାମୀର ଗଳା କାଟିଦେଲେ। ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ହୋଇ ପଡ଼ିଛି। ଏମିତି ଏକ ବିଭତ୍ସ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଦିଆମୁଣ୍ଡା ଗ୍ରାମରେ ଥିବା ଇଟା ଭାଟିରେ। ଦିଆମୁଣ୍ଡା ଗ୍ରାମରେ ଏକ ଇଟାଭାଟିରେ ଛତିଶଗଡ଼ ଅଞ୍ଚଳର ଜଣେ ବ୍ୟକ୍ତି କାମ କରୁଥିଲେ। ସେଠାରେ ଆଉ ଏକ ଇଟାଭାଟିରେ ଶୁକ୍ରୁ ନାମକ ବ୍ୟକ୍ତି ମଧ୍ୟ କାମ କରୁଥିଲେ। ତେବେ ଗୁରୁବାର ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣ ପାଇଁ ବଚସା ହୋଇଥିଲା।

Advertisment

ଏହି ବଚସା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା। ଫଳରେ ସଂପୃକ୍ତ ବ୍ୟକ୍ତିର ବେକକୁ ଏକ ବ୍ଲେଡ୍ ସାହାଯ୍ୟରେ କାଟି ଶୁକ୍ରୁ ହତ୍ୟା କରିବା ପରେ ସାନ ଭାଇକୁ ଡାକି ମୃତଦେହକୁ ନାଳରେ ଫିଙ୍ଗି ଦେଇଥିଲା। ତେବେ ସ୍ୱାମୀକୁ ବଞ୍ଚାଇବାକୁ ସ୍ତ୍ରୀ'କୁ ଶୁକ୍ରୁ କୁରାଢୀରେ ମରଣାନ୍ତକ ଆକ୍ରମଣ କରିଥିଲା। ଯେଉଁଥିରେ ମହିଳାଙ୍କ ବେକ ଓ ଗାଲ କଟି ଯାଇଛି।

ମହିଳାଙ୍କୁ ଇଟାଭାଟି ମାଲିକ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଖବରପାଇ ସର୍ଗିପାଲି ଫାଣ୍ଡି ଅଧିକାରୀ କାଶୀନାଥ ବାରିକ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶୁକ୍ରୁ ଏବଂ ତାର ନାବାଳକ ଭାଇକୁ ଗିରଫ କରିଛି। ଆଜି ମାଜିଷ୍ଟ୍ରେଟ୍, ସାଇଣ୍ଟିଫିକ୍ ଟିମ୍ ଆସି ଶବ ଉଦ୍ଧାର କରିବା ପରେ ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଓ ରହସ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି।

Advertisment