Advertisment

କାଲି ମେଗା ସୋ’, ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ , ୭୦ରୁ ଅଧିକ ବିଧାୟକ

ଭୁବନେଶ୍ୱର/ରାଉରକେଲା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ପରେ ସୁନ୍ଦରଗଡ଼ରେ ହେବ ବିଜେଡି ସରକାରର ମେଗା ସୋ। ଆସନ୍ତାକାଲି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ବି ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ପ୍ରସ୍ତୁତ ହେଉଛି ମଂଚ । ସହରରରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍ । କାଯର୍ୟକ୍ରମ ତ ସରକାରୀ, ହେଲେ ଛାପ ସବୁଠି ଦଳର । ତେଣୁ ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଜିଲ୍ଲାରେ […]

author-image
Tapas Behera
ଅଦ୍ୟତନ ହୋଇଛି
କାଲି ମେଗା ସୋ’, ସୁନ୍ଦରଗଡ଼ରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ , ୭୦ରୁ ଅଧିକ ବିଧାୟକ

790

ଭୁବନେଶ୍ୱର/ରାଉରକେଲା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ପରେ ସୁନ୍ଦରଗଡ଼ରେ ହେବ ବିଜେଡି ସରକାରର ମେଗା ସୋ। ଆସନ୍ତାକାଲି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ବି ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ପ୍ରସ୍ତୁତ ହେଉଛି ମଂଚ । ସହରରରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍ । କାଯର୍ୟକ୍ରମ ତ ସରକାରୀ, ହେଲେ ଛାପ ସବୁଠି ଦଳର । ତେଣୁ ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଜିଲ୍ଲାରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ , ୭୦ରୁ ଅଧିକ ବିଧାୟକ ଓ ଦଳର ବରିଷ୍ଠ ନେତା । ବ୍ଲକରେ ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପଂଚାୟତସ୍ତରରେ ବିଧାୟକ ଓ  ନେତାମାନେ ତଦାରଖ କରୁଛନ୍ତି । ଅଧିକାଂଶ ପଂଚାୟତରେ LEDର ବ୍ୟବସ୍ଥା ବି କରାଯାଉଛି । ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ ନିର୍ମାଣର ଭିତ୍ତି ପକାଇବେ ତାସହିତ ଜିଲ୍ଲାର ସବୁ ବ୍ଲକରେ ଆଷ୍ଟ୍ରୋଟର୍ଫ ବିଛାଇବା କାମର ଶୁଭ ଦେବେ। ଏହାବ୍ୟତୀତ ରାଉରକେଲା ସ୍ମାର୍ଟ ସିଟି ଓ ଅନ୍ୟ ପ୍ରକଳ୍ପ ପାଇଁ ପ୍ୟାକଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ତେବେ ମାଳ ମାଳ ମନ୍ତ୍ରୀ ଓ ବିଧାୟକଙ୍କକୁ ନେଇ ଏଭଳି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିରୋଧୀ।

Advertisment

ଚର୍ଚ୍ଚା ହେଉଛି ଏଭଳି ମେଗା ଇଭେଣ୍ଟ ପଛରେ ଅସଲ ଉଦ୍ଦେଶ୍ୟ ହେଲା, ପଶ୍ଚିମ ଓଡ଼ିଶା ଉପରେ ବିଜେଡିର ସ୍ଥିତି ସୁଧାରିବା। ସୁନ୍ଦରଗଡ଼ ଜିଲ୍ଲାରେ ହକି ଲୋକଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ, ତାହା ପାଲଟିଛି ବିଜେଡି ରାଜନୀତିର ମାଧ୍ୟମ। ଗତ ପଂଚାୟତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ୩୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ମାତ୍ର ୧୪ଟି ଜିତିଥିଲା । କିନ୍ତୁ କଂଗ୍ରେସ୍ ସଦସ୍ୟଙ୍କ ସମର୍ଥନରେ ଅଧ୍ୟକ୍ଷ ପଦ ହାତେଇଥିଲ॥ ସେହିପରି ୧୯ ନିର୍ବାଚନରେ ବିଜେଡି ଏଠାରେ ଲୋକସଭା ସିଟ୍ ହରାଇବା ସହ ୭ଟି ବିଧାନସଭା ସିଟ୍‌ରୁ ମାତ୍ର ଦୁଇଟି ଜିତିପାରିଥିଲା । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ତାକୁ ଟାର୍ଗେଟରେ ରଖି ବିଜେଡି ସରକାରଙ୍କ ଏହି ମେଗା ଇଭେଣ୍ଟବୋଲି କୁହଯାଉଛି।

ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ରହିଛି । ଆଉ ଦୁର୍ବଳ ଅବସ୍ଥାରେ କଂଗ୍ରେସ୍ । ତେଣୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ପ୍ୟାକେଜ୍ ମାଧ୍ୟମରେ ବିଜେଡି ତାର ଲୋକପ୍ରିୟତା ବଢ଼ାଇବାକୁ ଭରପୁର୍ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

Advertisment
Sundargarh