790
ରାଉରକେଲା (ଓଡ଼ିଶା ରିପୋର୍ଟର) ଆମ୍ବ ତ ଆମ୍ବ ପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ। ଲକ୍ଷାଧିକ ଟଙ୍କାର ଆମ୍ବ । ପୁଣି ଏ ଆମ୍ବ ଫଳିଛି ଜଣେ ଲୋକଙ୍କ ବାଡିରେ । ଚାରୋଟି ଆମ୍ବ ଫଳିଛି ଏଇ ବର୍ଷ । ଆଉ ସେ ଆମ୍ବର ନା ହେଉଛି ଜାପାନି ମିୟାଜାକି । ଜାପାନ ଦେଶର ଏକ ସହରର ନାମ ହେଉଛି ମିୟାଜାକି । ଆଉ ଏହାର ଦାମ କେଜି ପିଛା ୨ ଲକ୍ଷ ୫୦ ହଜାରୁ ବେଶୀ ବୋଲି ଆଲୋଚନା ହେଉଛି। ସେର ଦୁଇ ସି ବ୍ଳକର ଲଳିତା ପଣ୍ଡାଙ୍କ ଘରେ ଫଳିଛି ଏ ଆମ୍ବ । କେବଳ ଆମ୍ବ ନୁହେଁ ତାଙ୍କ ଘର ଏବେ ଦେଶ ବିଦେଶରେ ୫୦ ରୁ ବେଶି ଫଳ, ଫୁଳ ଗଛ ମଧ୍ୟ ରହିଛି ।
ସବୁଆଡେ ଆମ୍ବ ର ରଙ୍ଗ ହଳଦିଆ ବା ଶାଗୁଆ ବା ସାମାନ୍ୟ ଲାଲ ରଙ୍ଗର ହୋଇଥାଏ। କିନ୍ତୁ ଏହି ମିୟାଜାକି ଆମ୍ବର ରଙ୍ଗ ସମ୍ପୂର୍ଣ୍ଣ ଭାବେ ଲାଲ । ପୁଣି ଏ ଆମ୍ବ ଲଲିତା ମାଉସୀଙ୍କ ବାଡିରେ କୁଣ୍ଡ ରେ ଫଳିଛି। ମିୟାଜାକି ଆମ୍ବ ଗଛ ଦୁଇଟି ରହିଛି ତାଙ୍କ ବାଡିରେ । ତା ସହିତ ବ୍ଳାକ ଷ୍ଟୋନ ଆମ୍ବ ଗଛ, ରାଜା, ପୂର୍ଷା ସୁରିଆ ଆମ୍ବ ଗଛ ମଧ୍ୟ ରହିଛି ତାଙ୍କ ବାଡିରେ । ମିୟାଜାକି ଆମ୍ବର ମୁଲ୍ୟ ଜାପାନରେ ଖୁବ୍ ବେଶୀ ବୋଲି ଲଲିତା ମାଉସୀ କୁହନ୍ତି । ଭାରତରେ ଏ ଆମ୍ବ ଏତେଟା ନାହିଁ। ତେଣୁ ଏଠି ଏହାର ଚାହିଦା ସେତେଟା ନାହିଁ । ଆମ୍ବର ବାସ୍ନା ଏମିତି ଯେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଏହି ଆମ୍ବକୁ ନେଇ ସହର ସାରା ଚର୍ଚ୍ଚା । ଲଲିତା ପଣ୍ଡା ଓ ତାଙ୍କ ପୁଅ ବିକାଶ ଏହି ବଗିଚାକୁ ନିଜର ପରିବାର ଭଳି ବଢ଼ାଇଛନ୍ତି । ମିୟାଜାକି ଆମ୍ବର ସୁଆଦ ଯେମିତି ବାସ୍ନା ମଧ୍ୟ ଢ଼େର ଅଧିକ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ଓ ମିନେରାଲ ଥିବା କୁହାଯାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/790-1.jpg)