auto
ବୀରମିତ୍ରପୁର (ରାକେଶ ସାହୁ): ମୃତ୍ୟୁ ଏମିତି ବି ଆସେ, ଯାହା ଲୋକଙ୍କୁ ସ୍ତବ୍ଧ କରି ଦେଇଛି । ଅଟୋରେ ବସୁ ବସୁ ଚାଲିଗଲା ଜୀବନ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ସ୍ଥିତ ପୁରୁଣା ଥାନା ନିକଟସ୍ଥ ଅଟୋ ଷ୍ଟାଣ୍ଡରେ ଆଜି ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା।
ଜଣେ ବ୍ୟକ୍ତି ଅଟୋରେ ବସିଥିବା ବେଳେ ହଠାତ୍ ଅଚେତ ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ଓ ଅଟୋ ଡ୍ରାଇଭର୍ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିରମିତ୍ରପୁର ପୁଲିସ ଘଟଣା ସ୍ଥଳକୁ ଯାଇ ମୃତ ଦେହକୁ ଜବତ କରିଛି।
ଅପର ପକ୍ଷରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ କେଉଁ କାରଣରୁ ହେଲା, ତାହା ଜଣା ପଡ଼ିନାହିଁ । ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ପ୍ରାରମ୍ଭିକ ତଦନ୍ତରୁ ଉକ୍ତ ବ୍ୟକ୍ତି ଜଣଙ୍କ ଅଶୋକ ଦାସ ଓ ତାଙ୍କ ଘର ରାଉରକେଲାର ବାସନ୍ତୀ କଲୋନୀରେ ବୋଲି ଜଣାପଡିଛି। ଅଶୋକ ବୀରମିତ୍ରପୁର କାହିଁକି ଆସିଥିଲେ ଓ କୁଆଡେ ଯାଉଥିଲେ, ପୁଲିସର ତଦନ୍ତ ପରେ ଏହା ଜଣାପଡିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/auto.jpg)