Advertisment

ମିସେଲ୍‌ ଓବାମା ମତେ ଖୋଜି ପାଇଥିଲେ: ଫ୍ୟାସନ୍ ଡିଜାଇନର ବିଭୂ

ରାଉରକେଲା(ପୱନ ତିୱାରୀ ): ତାଙ୍କ ହାତରେ ରହିଛି ଅଦ୍ଭୁତ ଯାଦୁ। ଅନନ୍ୟ ତାଙ୍କ କାରିଗରୀ। ତାଙ୍କ ହାତତିଆରୀ ଡିଜାଇନିଂ ବିଦେଶରେ ଖୁବ୍‌ ଆଦୃତ। ସେହି ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର ହେଉଛନ୍ତି ଓଡ଼ିଶା ମାଟିର ପୁଅ।  ଏହି ପ୍ରଫେସନରେ ସେ ଅନ୍ତର୍ଜାତୀୟସ୍ତରରେ ଅନେକ ସଫଳତା ସାଉଁଟିଛନ୍ତି। ଫେସନ ଇଣ୍ଡଷ୍ଟ୍ରୀଜ୍‌ର ଜଣେ ଚର୍ଚ୍ଚିତ ଚେହେରା। ଆମେରିକାର ପୂର୍ବତନ ପ୍ରଥମ ମହିଳା ମିସେଲ ଓବାମାଙ୍କ ପାଇଁ  ଡ୍ରେସ ଡିଜାଇନ କରି ଚର୍ଚ୍ଚାକୁ ଆସିଥିଲେ ସେ।  ଗତ ଦଶନ୍ଧିଟିଏ ହେବ ସେ […]

ମିସେଲ୍‌ ଓବାମା ମତେ ଖୋଜି ପାଇଥିଲେ: ଫ୍ୟାସନ୍ ଡିଜାଇନର ବିଭୂ

896

Advertisment

ରାଉରକେଲା(ପୱନ ତିୱାରୀ ): ତାଙ୍କ ହାତରେ ରହିଛି ଅଦ୍ଭୁତ ଯାଦୁ। ଅନନ୍ୟ ତାଙ୍କ କାରିଗରୀ। ତାଙ୍କ ହାତତିଆରୀ ଡିଜାଇନିଂ ବିଦେଶରେ ଖୁବ୍‌ ଆଦୃତ। ସେହି ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର ହେଉଛନ୍ତି ଓଡ଼ିଶା ମାଟିର ପୁଅ।  ଏହି ପ୍ରଫେସନରେ ସେ ଅନ୍ତର୍ଜାତୀୟସ୍ତରରେ ଅନେକ ସଫଳତା ସାଉଁଟିଛନ୍ତି। ଫେସନ ଇଣ୍ଡଷ୍ଟ୍ରୀଜ୍‌ର ଜଣେ ଚର୍ଚ୍ଚିତ ଚେହେରା।

Advertisment

ଆମେରିକାର ପୂର୍ବତନ ପ୍ରଥମ ମହିଳା ମିସେଲ ଓବାମାଙ୍କ ପାଇଁ  ଡ୍ରେସ ଡିଜାଇନ କରି ଚର୍ଚ୍ଚାକୁ ଆସିଥିଲେ ସେ।  ଗତ ଦଶନ୍ଧିଟିଏ ହେବ ସେ ଆମେରିକାରେ ରହି  ନିଜର ଫେସନ ଡିଜାଇନରେ ନିଜର କ୍ୟାରିୟର ଗଢ଼ିଛନ୍ତି। ଓଡିଶା ଓ ରାଉରକେଲାରୁ ଏତେ ଲମ୍ବା ଯାତ୍ରା ନିଶ୍ଚିତ ଭାବରେ ଜଣେ ଓଡିଆ ପାଇଁ ଗର୍ବର କଥା । ଏବେ ସେ ନିଜ ଘର ରାଉରକେଲାକୁ ଫେରିଛନ୍ତି। ନିଜର ସଫଳତାର ଯାତ୍ରା ବିଷୟରେ  ବିଭୂ କହିଛନ୍ତି ଯେ,  ଆମେରିକା ଯାତ୍ରା ପଛରେ ମୋ ପରିବାର, ସମର୍ଥକଙ୍କ ଶୁଭେଚ୍ଛା ରହିଛି। ଗୁରୁଜନମାନଙ୍କର ଆଶୀର୍ବାଦ ଥିଲା। ସେଥିପାଇଁ ମୁଁ ଏତେ ବାଟ ଯାଇପାରିଛି। ମୁଁ ଯେତେବେଳେ ପ୍ରସ୍ତୁତି ହେଉଥିଲି ସେତେବେଳେ କୌଣସି ସ୍କୋପ୍‌ ନଥିଲା। କିନ୍ତୁ ବାଟ ବାହାରିଲା। ମୁଁ ସେଠି ଏବେ ନିଜର ଏକ ବ୍ରାଣ୍ଡ ଆରମ୍ଭ କରିଛି।

ବାରାକ୍‌ ଓବାମାଙ୍କ ପତ୍ନୀ ମିସେଲ ଓବାମାଙ୍କୁ ଆକର୍ଷିତ କରିଥିବା ତାଙ୍କ ଡିଜାଇନିଂ ବିଷୟରେ ବିଭୂ କହିଛନ୍ତି ଯେ, ମିସେଲ ଓବାମା ମତେ ଖୋଜି କରି ପାଇଥିଲେ। ମୁଁ ବି ତାଙ୍କ ପ୍ରତି କୃତଜ୍ଞ। ତାଙ୍କ ଟିମ୍‌ ମତେ ଖୋଜି ଇମେଲ କରି ଯୋଗାଯୋଗ କରିଥିଲେ। ତାଙ୍କ ପସନ୍ଦ ହିସାବରେ ତାଙ୍କ ପାଇଁ ଆଉଟ୍‌ଫିଟ୍ ଡିଜାଇନ୍ କରିଛି। ବିଭୂ କହିଛନ୍ତି ଯେ, ମୁଁ ଯେତେବେଳେ ଏଫଆଇଟି(ଫେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି) ପଢ଼ିବା ପାଇଁ ଆବେଦନ କରିଥିଲି- ମୋ ପାଇଁ  ଏକ ଅଦ୍ଭୁତ ପ୍ରଶ୍ନ ଥିଲା। ତାହା ହେଉଛି ଆପଣ ଆମେରିକାର ଫାଷ୍ଟ ଲେଡି ପାଇଁ କ’ଣ ଡିଜାଇନିଂ କରିବ? ମୋ ପାଇଁ ସେହି ପ୍ରଶ୍ନଟି ଅତି କଷ୍ଟକର ଥିଲା। ସେତେବେଳେ ଆମେରିକାର ହିଲାରୀ କ୍ଲଣ୍ଟନ ଥିଲେ ଫାଷ୍ଟ ଲେଡି। ମୁଁ ଭାବିଥିଲି ଯଦି ମୁଁ ସିଲେକ୍ଟ ହେବି ତେବେ ସେହି ଡିଜାଇନିଂ ପାଇଁ ଆଉ ଯଦି ମୁଁ ବାଦ ପଡ଼ିବି ତେବେ ସେହି ଡିଜାଇନିଂ ପାଇଁ। ଯାହା ହେଉ ମୁଁ ସିଲେକ୍ଟ ହୋଇଗଲି ବୋଲି ବିଭୂ କହିଛନ୍ତି। ତେବେ ବହୁଦିନ ପରେ ମିସେଲ ଓବାମାଙ୍କ ସହ ଏକ ପାର୍ଟିରେ ସାକ୍ଷାତ ହୋଇଥିଲା। ମୁଁ ସେଇ ଅଭିଜ୍ଞତା ତାଙ୍କ ପାଖରେ ରଖିଥିଲି ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe