Advertisment

ହୁହୁ ହୋଇ ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଲେ ଦୁଇ

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରେଳବାଇ ଷ୍ଟେସନ ଛକରେ ଆକସ୍ମିକ ଭାବେ ଜଳିଗଲା ଏକ କାର l ଉକ୍ତ କାର ଚାଳକ ଓ ସହଯୋଗୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ। JH 09 AK 0227 BALENO କାରଟି ଝାଡ଼ଖଣ୍ଡ ରାଜ୍ୟର ହୋଇଥିବା ବେଳେ କୌଣସି କାର୍ଯ୍ୟରେ ରାଉରକେଲା ଯାଇ ପୁନଶ୍ଚ ଝାରଖଣ୍ଡ ରାଜ୍ୟକୁ ଫେରୁଥିବା ସମୟରେ ରେଳ ଷ୍ଟେସନ ଛକରେ ହଠାତ୍ କାରଟିରେ ନିଆଁ ଲାଗିଯାଇଥିଲା। ଉକ୍ତ କାରରେ […]

author-image
Ranjit Kumar Jena
ହୁହୁ ହୋଇ ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତ୍ତିଲେ ଦୁଇ

car

ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରେଳବାଇ ଷ୍ଟେସନ ଛକରେ ଆକସ୍ମିକ ଭାବେ ଜଳିଗଲା ଏକ କାର l ଉକ୍ତ କାର ଚାଳକ ଓ ସହଯୋଗୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିଲେ।

Advertisment

JH 09 AK 0227 BALENO କାରଟି ଝାଡ଼ଖଣ୍ଡ ରାଜ୍ୟର ହୋଇଥିବା ବେଳେ କୌଣସି କାର୍ଯ୍ୟରେ ରାଉରକେଲା ଯାଇ ପୁନଶ୍ଚ ଝାରଖଣ୍ଡ ରାଜ୍ୟକୁ ଫେରୁଥିବା ସମୟରେ ରେଳ ଷ୍ଟେସନ ଛକରେ ହଠାତ୍ କାରଟିରେ ନିଆଁ ଲାଗିଯାଇଥିଲା। ଉକ୍ତ କାରରେ ଥିବା ଚାଳକ ଓ ସହଯୋଗୀ ଜୀବନ ବଞ୍ଚାଇ କାରରୁ ବାହାରି ଆସିବା ପରେ ଅଳ୍ପ ସମୟ ମଧ୍ୟରେ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା।

ଖବର ପାଇ ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଡକାଇଥିଲା। କୁଆଁରମୁଣ୍ଡା ଅଞ୍ଚଳରୁ ଅଗ୍ନିଶମ ବାହିନୀ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଜଳନ୍ତା କାରର ନିଆଁକୁ ଆୟତ୍ତ କରିଥିଲେ। ଉକ୍ତ କାରରେ ଥିବା ପଙ୍କଜ ପ୍ରସାଦ ଓ ସହଯୋଗୀ ଅନିଷ କୁମାର ଅଗ୍ରୱାଲ ଝାଡ଼ଖଣ୍ଡ ରାଜ୍ୟ ସ୍ଥିତ ସିମଡେଗା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି।

Advertisment

ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। କାରରେ କେଉଁ କାରଣରୁ ନିଆଁ ଲାଗିଲା, ତା’ର କାରଣ ଜଣାପଡ଼ିନାହିଁ। ମଝି ରାସ୍ତାରେ କାରଟିଏ ଜଳୁଥିବା ବେଳେ ଉଭୟ ପାର୍ଶ୍ୱରେ ପ୍ରାୟ ୨୦ ମିନିଟ ଧରି ଯାନବାହାନ ଅଟକ ରହିବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।