Advertisment

ରାଉରକେଲା ରାସ୍ତାରେ ଫଳ ବିକୁଛନ୍ତି ଧୋନିଙ୍କ ଡାଏ ହାର୍ଡ ଫ୍ୟାନ୍ ଶ୍ରୀକାନ୍ତ

ରାଉରକେଲା (ପବନ ତିୱାରୀ): ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ କ୍ୟାପଟେନ୍। ସାରା ବିଶ୍ୱରେ ଧୋନିଙ୍କ ଅଗଣିତ ଫ୍ୟାନ୍ ଅଛନ୍ତି। ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ଫ୍ୟାନ୍ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏମିତି ଜଣେ ଫ୍ୟାନ୍ ଓଡ଼ିଶାରେ ଅଛନ୍ତି, ଯାହାଙ୍କ ନାଁ ଶ୍ରୀକାନ୍ତ ସିଂହ। ଶ୍ରୀକାନ୍ତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ପାନପୋଷ ବସ୍ତିରେ ରୁହନ୍ତି। ଶ୍ରୀକାନ୍ତ ଧୋନିଙ୍କର ବହୁତ ବଡ଼ ଫ୍ୟାନ୍। ଯେଉଁ ହେୟାରଷ୍ଟାଇଲ୍ ପାଇଁ ଦିନେ ଧୋନି ଫେମସ୍ ଥିଲେ, […]

ଅଦ୍ୟତନ ହୋଇଛି
ରାଉରକେଲା ରାସ୍ତାରେ ଫଳ ବିକୁଛନ୍ତି ଧୋନିଙ୍କ ଡାଏ ହାର୍ଡ ଫ୍ୟାନ୍ ଶ୍ରୀକାନ୍ତ

srikant

Advertisment

ରାଉରକେଲା (ପବନ ତିୱାରୀ): ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ କ୍ୟାପଟେନ୍। ସାରା ବିଶ୍ୱରେ ଧୋନିଙ୍କ ଅଗଣିତ ଫ୍ୟାନ୍ ଅଛନ୍ତି। ଧୋନିଙ୍କ ଟିକିଏ ଝଲକ ପାଇବା ପାଇଁ ଫ୍ୟାନ୍ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏମିତି ଜଣେ ଫ୍ୟାନ୍ ଓଡ଼ିଶାରେ ଅଛନ୍ତି, ଯାହାଙ୍କ ନାଁ ଶ୍ରୀକାନ୍ତ ସିଂହ। ଶ୍ରୀକାନ୍ତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ପାନପୋଷ ବସ୍ତିରେ ରୁହନ୍ତି। ଶ୍ରୀକାନ୍ତ ଧୋନିଙ୍କର ବହୁତ ବଡ଼ ଫ୍ୟାନ୍। ଯେଉଁ ହେୟାରଷ୍ଟାଇଲ୍ ପାଇଁ ଦିନେ ଧୋନି ଫେମସ୍ ଥିଲେ, ଶ୍ରୀକାନ୍ତ ମଧ୍ୟ ସେହି ହେୟାରଷ୍ଟାଇଲ୍ ରଖିଛନ୍ତି।

Advertisment

ଶ୍ରୀକାନ୍ତ ପେସାରେ ଜଣେ ଫଳ ବେପାରୀ। ପାନପୋଷରେ ନିଜର ଏକ ଫଳ ଦୋକାନ ଟିଏ କରିଛନ୍ତି। ଯେଉଁଥିରେ ତାଙ୍କର ଭରଣପୋଷଣ ହୁଏ। କ୍ରିକେଟ୍ ପ୍ରତି ତାଙ୍କର ବହୁତ ଦୁର୍ବଳତା ଅଛି। ବିଶେଷକରି ଧୋନିଙ୍କ ପାଇଁ ତାଙ୍କ ଭିତରେ ଏକ ପାଗଳାମି ଦେଖିବାକୁ ମିଳେ। ଧୋନିଙ୍କ ପ୍ରତିଟି ମ୍ୟାଚ୍ ଦେଖିବାକୁ ସେ ସାରା ଭାରତ ବୁଲି ସାରିଛନ୍ତି।

publive-image

ଶ୍ରୀକାନ୍ତ କହିଛନ୍ତି, ଧୋନି ରାଞ୍ଚି ଭଳି ଛୋଟିଆ ସହରରୁ ଆସିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଲା। ଯେହେତୁ ମୋ ମାମୁଁ ଘର ଝାଡ଼ଖଣ୍ଡରେ। ତେଣୁ ମୁଁ ସେଠାକୁ ଯିବା ଆସିବା କରେ। ରାଞ୍ଚିରେ ମୁଁ କେବଳ ଧୋନିଙ୍କ ଘର ଦେଖିଛି, କିନ୍ତୁ କେବେ ତାଙ୍କ ସହ ସାକ୍ଷାତ ହୋଇନଥିଲା। ଏହା ପରେ ୨୦୧୧ରେ ସେ ଭାରତକୁ ଦିନିକିଆ ବିଶ୍ୱକପ୍ ଜିତାଇଥିଲେ। ବାସ୍ ଏହିଠାରୁ ମୁଁ ନିଷ୍ପତ୍ତି ନେଲି ଯେ ଧୋନିଙ୍କର ସବୁ ମ୍ୟାଚ୍ ଦେଖିଲି। ୨୦୧୧ ପରଠାରୁ ମୁଁ ଲଗାତର ଧୋନିଙ୍କ ମ୍ୟାଚ୍ ଦେଖିବା ଆରମ୍ଭ କଲି ଏବଂ ସାରା ଭାରତ ବୁଲିଲି।

Advertisment

publive-image

ଶ୍ରୀକାନ୍ତ କହିଛନ୍ତି, ଧୋନିଙ୍କ ସୁରକ୍ଷା ବହୁତ କଡ଼ାକଡ଼ି। ତେଣୁ ତାଙ୍କ ସହ ସାକ୍ଷାତ କରିବା କଷ୍ଟକର ଥିଲା। ହେଲେ ୨୦୨୦ରେ ଧୋନିଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଲି। ୨୦୨୦, ଜାନୁଆରୀ ୨୫ ତାରିଖରେ ମୋର ଜନ୍ମଦିନ ଥିଲା। ଏହି ଦିନ ମୁଁ ଧୋନିଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ସାଙ୍ଗଙ୍କୁ ଜଣାଇଲି। ଧୋନି ମଧ୍ୟ ଏଥିରେ ରାଜି ହୋଇଥିଲା। ଶେଷରେ ମୁଁ ସେହିଦିନ ହିଁ ଧୋନିଙ୍କୁ ଦେଖା କଲି। ଧୋନି ମୋତେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ। ସେ ମଧ୍ୟ ମୋ ବିଷୟରେ ସବୁ ଜାଣିଥିବା କହିଲେ।

publive-image

ଧୋନିଙ୍କ ସହ ଶ୍ରୀକାନ୍ତଙ୍କର ବହୁତ ଗୁଡିଏ ଫଟୋ ମଧ୍ୟ ରହିଛି। ଧୋନିଙ୍କ ଅଟୋଗ୍ରାଫ ଗୁଡିକୁ ମଧ୍ୟ ଶ୍ରୀକାନ୍ତ ବହୁତ ଯତ୍ନ ସହକାରେ ସାଇତି ରଖିଛନ୍ତି। ଘରେ ତାଙ୍କର ଯୁଆଡ଼େ ଦେଖିବେ ଧୋନିଙ୍କ ଫଟୋ ଓ ଜର୍ସିରେ ଭର୍ତ୍ତି। ଶ୍ରୀକାନ୍ତଙ୍କର ଗୋଡିଏ ସ୍ୱପ୍ନ ଥିଲା ଧୋନିଙ୍କ ସହ କଥା ହେବା, ଆଉ ତାହା ମଧ୍ୟ ପୂରା ହୋଇଛି।

publive-image

ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ୱରେ ଭାରତ ତିନୋଟି ଆଇସିସି ଟ୍ରଫି ଜିତିଛି, ଯାହା ଦୁନିଆର କୌଣସି କ୍ୟାପଟେନ୍ ଏଭଳି କାରନାମା କରିନାହାନ୍ତି। ଧୋନି ମଧ୍ୟ ଆଇପିଏଲରେ ତିନୋଟି ଟ୍ରଫି ଜିତିଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ୨୦୧୦, ୨୦୧୧ ଓ ୨୦୧୮ରେ ଚାମ୍ପିୟନ୍ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe