Advertisment

ରାଉରକେଲାରେ ଶିଶୁମାନଙ୍କ ପାଇଁ ତିଆରି ହେବ ନୂଆ ପ୍ରକଳ୍ପ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ସହର ସମଗ୍ର ଭାରତ ବର୍ଷରେ ନରଚରିଙ୍ଗ ନାଇବରହୁଡ କାର୍ଯ୍ୟକ୍ରମରେ ୧୦ମ ସ୍ଥାନରେ ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ମିଳିବ। ସାରା ଦେଶରେ ୨୫ଟି ବଡ଼ ବଡ଼ ସହରକୁ ନେଇ ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ରାଉରକେଲା ୧୦ ନମ୍ବର ସ୍ଥାନରେ ରହିଛି। ଆସନ୍ତା ୬ ରୁ ୮ ମାସ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଶିଶୁ ମାନଙ୍କ ପାଇଁ ନୂଆ ପ୍ରକଳ୍ପ ତିଆରି ହେବ। ଯେଉଁଠି ପିଲାମାନେ […]

ଅଦ୍ୟତନ ହୋଇଛି
ରାଉରକେଲାରେ ଶିଶୁମାନଙ୍କ ପାଇଁ ତିଆରି ହେବ ନୂଆ ପ୍ରକଳ୍ପ

rkl

Advertisment

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ସହର ସମଗ୍ର ଭାରତ ବର୍ଷରେ ନରଚରିଙ୍ଗ ନାଇବରହୁଡ କାର୍ଯ୍ୟକ୍ରମରେ ୧୦ମ ସ୍ଥାନରେ ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ମିଳିବ। ସାରା ଦେଶରେ ୨୫ଟି ବଡ଼ ବଡ଼ ସହରକୁ ନେଇ ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ରାଉରକେଲା ୧୦ ନମ୍ବର ସ୍ଥାନରେ ରହିଛି।

Advertisment

ଆସନ୍ତା ୬ ରୁ ୮ ମାସ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଶିଶୁ ମାନଙ୍କ ପାଇଁ ନୂଆ ପ୍ରକଳ୍ପ ତିଆରି ହେବ। ଯେଉଁଠି ପିଲାମାନେ ନିଜକୁ ସୁରକ୍ଷିତ ମନେ କରିବେ। ଅଭିଭାବକ ମାନେ ମଧ୍ୟ ଯେମିତି ଛୁଆକୁ ସେଠି ଛାଡ଼ିପାରିବେ, ଏନେଇ ଏବେ ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ତିଆରି ହୋଇଛି ବ୍ଳୁପ୍ରିଣ୍ଟ। ସ୍ମାର୍ଟସିଟି ସିଇଓ ଏନେଇ କହିଛନ୍ତି ଖୁବ ଶିଘ୍ର ସ୍ଥାନ ଚିହ୍ନଟ ହୋଇ କାମ ଆରମ୍ଭ ହେବ।

ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ସହର ଗୁଡ଼ିକ ହେଲେ ଅଗରତାଲା, ବେଙ୍ଗାଲୁରୁ, କୋଏମ୍ବାଟୁର୍, ଧର୍ମଶାଳା, ଇରୋଡ, ହୁବଲୀ-ଧାରବାଡ, ହାଇଦ୍ରାବାଦ, ଇନ୍ଦୋର, ଜବଲପୁର, କାକିନାଡା, କୋଚି, କୋହିମା, କୋଟା, ନାଗପୁର, ରାଜକୋଟ, ରାଞ୍ଚି, ରୋହତକ୍, ସଲେମ୍, ସୁରତ, ଥିରୁଅନନ୍ତପୁରମ୍, ତିରୁପୁର, ଉଜୈନ୍, ଭଦୋଦରା ଓ ୱାରାଙ୍ଗଲ୍।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe