Advertisment

ଓଲଟିଲା ପୁଲିସ୍ ଭ୍ୟାନ୍: ଜଣେ ମୃତ, ୪ ଗୁରୁତର

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ହେମଗିରି ଥାନା କାଲୋବାହାଲରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟିଲା ପୁଲିସ ଭ୍ୟାନ। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ହେମଗିରି ଥାନାରୁ ଆଜି ଏକ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ କୋର୍ଟ ଚାଲାଣ କରି ପୁରିଥରେ ହେମଗିରି ଥାନାକୁ ଫେରୁଥିବା ବେଳେ କାଲୋବାହାଲ ନିକଟରେ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୋଲେରୋର ଷ୍ଟେରିଂ ଜାମ ହୋଇଯାଇଥିଲା। ଯେଉଁ କାରଣରୁ ଗାଡ଼ି ଓଲଟି ପଡ଼ିଥିଲା। ଗାଡିରେ ଥିବା […]

author-image
Ranjit Kumar Jena
ଓଲଟିଲା ପୁଲିସ୍ ଭ୍ୟାନ୍: ଜଣେ ମୃତ, ୪ ଗୁରୁତର

sundargarh

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ହେମଗିରି ଥାନା କାଲୋବାହାଲରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟିଲା ପୁଲିସ ଭ୍ୟାନ। ଯାହା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଛନ୍ତି।

Advertisment

ସୁନ୍ଦରଗଡ଼ ହେମଗିରି ଥାନାରୁ ଆଜି ଏକ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ କୋର୍ଟ ଚାଲାଣ କରି ପୁରିଥରେ ହେମଗିରି ଥାନାକୁ ଫେରୁଥିବା ବେଳେ କାଲୋବାହାଲ ନିକଟରେ ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୋଲେରୋର ଷ୍ଟେରିଂ ଜାମ ହୋଇଯାଇଥିଲା। ଯେଉଁ କାରଣରୁ ଗାଡ଼ି ଓଲଟି ପଡ଼ିଥିଲା।

ଗାଡିରେ ଥିବା ଦୁଇ ଜଣ ଓଏପିଏଫ୍ ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହାବିଲଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତର ଆହତ ହାବିଲଦାର ସୁନୀଲ ନାଏକଙ୍କୁ ବୁର୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଓଏପିଏଫ ଯବାନ ଜଣଙ୍କ ହେଲେ ଅନୀଲ ଏକ୍କା। ତାଙ୍କ ଘର କୁତ୍ରା ଅଞ୍ଚଳରେ ବୋଲି ଜଣାପଡିଛି।

Advertisment