Advertisment

ପ୍ରେସର ଦେଉଥିଲେ, ଫାଟିଗଲା ଟାୟାର: ଚାଲିଗଲା ଜଣଙ୍କ ଜୀବନ

ବଣାଇ (ରଞ୍ଜିତ ଚୌଧୁରୀ): ପ୍ରେସର୍ ଦେଉଥିବା ବେଳେ ଫାଟିଲା ଟାୟାର୍। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ତାରିଣୀ ଢ଼ାବା ନିକଟରେ। ଜାତୀୟ ରାଜପଥକୁ ଲାଗିଥିବା ଏକ ଗ୍ୟାରେଜରେ ଗୋଟିଏ ଭାଇବ୍ରେଟର ରୋଲରରେ ପ୍ରେସର୍ ଭରୁଥିଲେ ଦୋକାନୀ। ହେଲେ ଦୋକାନୀ ଜଣକ ଆବଶ୍ୟକତା ଠାରୁ ଅଧିକ ପ୍ରେସର ଦେଇ ବସିଥିଲେ। ଯେଉଁ କାରଣରୁ […]

ପ୍ରେସର ଦେଉଥିଲେ, ଫାଟିଗଲା ଟାୟାର: ଚାଲିଗଲା ଜଣଙ୍କ ଜୀବନ

roller

Advertisment

ବଣାଇ (ରଞ୍ଜିତ ଚୌଧୁରୀ): ପ୍ରେସର୍ ଦେଉଥିବା ବେଳେ ଫାଟିଲା ଟାୟାର୍। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ତାରିଣୀ ଢ଼ାବା ନିକଟରେ।

Advertisment

ଜାତୀୟ ରାଜପଥକୁ ଲାଗିଥିବା ଏକ ଗ୍ୟାରେଜରେ ଗୋଟିଏ ଭାଇବ୍ରେଟର ରୋଲରରେ ପ୍ରେସର୍ ଭରୁଥିଲେ ଦୋକାନୀ। ହେଲେ ଦୋକାନୀ ଜଣକ ଆବଶ୍ୟକତା ଠାରୁ ଅଧିକ ପ୍ରେସର ଦେଇ ବସିଥିଲେ। ଯେଉଁ କାରଣରୁ ରୋଲରଟିର ଟାୟାରଟି ଜୋରରେ ଫାଟିଥିଲା। ଘଟଣା ସ୍ଥଳରେ ହିଁ ପ୍ରେସର ଦେଉଥିବା ବ୍ୟକ୍ତି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ପ୍ରଥମେ ବଣାଇ ଏବଂ ପରେ ରାଉରକେଲା ଆଇଜିଏଚ୍ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ମୃତାହତ ବ୍ୟକ୍ତିଙ୍କ ନାଁ ବିକ୍ରମ ପାତ୍ର ବୋଲି ଜଣାପଡ଼ିଛି। ତାଙ୍କ ଘର ବଣାଇର ଘୋଷରା ଅଞ୍ଚଳରେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe