Advertisment

କେବେ ଯିବ ବ୍ରାହ୍ମଣୀ ଦୁଃଖ? କେବେ ଦୂର ହେବ ରାଉରକେଲା ବାସୀଙ୍କ ସ୍ୱପ୍ନ?

ରାଉରକେଲା (ପବନ ତିୱାରୀ): ଯମ ଯନ୍ତ୍ରଣା ପାଉଛି ଷ୍ଟିଲ୍ ସିଟିର ବ୍ରାହ୍ମଣୀ ବ୍ରିଜ୍! ତିନି ଲେନର ଗାଡ଼ି ଯାଉଛି ଭଙ୍ଗା ଦଦରା ବ୍ରାହ୍ମଣୀ ବ୍ରିଜ୍ ଉପରେ। ବ୍ରିଜର ଅବସ୍ଥା ଦେଖିଲେ କେତେ ବେଳେ କିଏ ଗଳିବ ତାହା କହିହେବ ନାହିଁ। ଏହା ପରେ ମଧ୍ୟ ଚେଇଁ ଶୋଇଛି ପ୍ରଶାସନ। ନା ବ୍ରିଜର ମରାମତି ହେଉଛି, ନାଁ ରାଉରକେଲା ବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ ତିଆରି କାମ ସରୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ […]

ଅଦ୍ୟତନ ହୋଇଛି
କେବେ ଯିବ ବ୍ରାହ୍ମଣୀ ଦୁଃଖ? କେବେ ଦୂର ହେବ ରାଉରକେଲା ବାସୀଙ୍କ ସ୍ୱପ୍ନ?

rkl

Advertisment

ରାଉରକେଲା (ପବନ ତିୱାରୀ): ଯମ ଯନ୍ତ୍ରଣା ପାଉଛି ଷ୍ଟିଲ୍ ସିଟିର ବ୍ରାହ୍ମଣୀ ବ୍ରିଜ୍! ତିନି ଲେନର ଗାଡ଼ି ଯାଉଛି ଭଙ୍ଗା ଦଦରା ବ୍ରାହ୍ମଣୀ ବ୍ରିଜ୍ ଉପରେ। ବ୍ରିଜର ଅବସ୍ଥା ଦେଖିଲେ କେତେ ବେଳେ କିଏ ଗଳିବ ତାହା କହିହେବ ନାହିଁ। ଏହା ପରେ ମଧ୍ୟ ଚେଇଁ ଶୋଇଛି ପ୍ରଶାସନ। ନା ବ୍ରିଜର ମରାମତି ହେଉଛି, ନାଁ ରାଉରକେଲା ବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ ତିଆରି କାମ ସରୁଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

Advertisment

ରାଉରକେଲାର ଲାଇଫ ଲାଇନ କୁହାଯାଉଥିବା ବ୍ରାହ୍ଣଣୀ ବ୍ରିଜ। ଦିନକୁ ଦିନ ଏହା ଦୁର୍ବଳ ହେବାରେ ଲାଗିଛି। ଦଦରା ଅବସ୍ଥାରେ ଥିବା ବ୍ରାହ୍ମଣୀ ବ୍ରିଜରେ ଦିନରାତି ସବୁବେଳେ ଲାଗୁଛି ପ୍ରବଳ ଭିଡ଼। ଦୁଇ ଚକିଆ ଠାରୁ ଆରମ୍ଭ କରି ବଡ଼ ବଡ଼ ଟ୍ରକ ସବୁ ଏହି ବ୍ରିଜ ଦେଇ ଯିବା ଆସିବା କରୁଛି। ଏପରିକି ଖଣିଖାଦାନ ଅଞ୍ଚଳରୁ ହଜାର ହଜାର ଟ୍ରକ ଏବେ ଏହି ରାସ୍ତା ଦେଇ ଜିଲ୍ଲା ଭିତରେ ଯିବା ଆସିବା କରୁଛି। ଯେଉଁ କାରଣରୁ କେବଳ ସେତୁ ଉପରେ ନୁହେଁ ସେତୁର ଉଭୟ ପାର୍ଶ୍ୱରେ ମଧ୍ୟ ଲାଗୁଛି ଲମ୍ବା ଲାଇନ। ଆଉ ଘଣ୍ଟା ଘଣ୍ଟା ଧରି ଜାମ ଲାଗି ରହୁଛି। ଆମ୍ବୁଲାନସ ବି ଏଥିରୁ ବାଦ ପଡ଼ିନି। ତେବେ ବ୍ରାହ୍ମଣୀ ବ୍ରିଜ ଉଭୟ ପାର୍ଶ୍ୱରେ ରାସ୍ତା ଖରାପ ହେବାର ମୁଖ୍ୟ କାରଣ ହେଉଛି ଓଜନିଆ ଗାଡ଼ିର ଚଳପ୍ରଚଳ।

କିଛି ମାସ ପୂର୍ବରୁ କୋଇଡା, କାଲଟା, ବଡବିଲ ଆଦି ଅଞ୍ଚଳରେ ଥିବା ଖଣି ଖାଦାନ ସରକାର ଲିଜ ଦେବା ପରେ ଟ୍ରାଫିକ ସମସ୍ୟା ବଢ଼ିଛି। ଦ୍ୱିତୀୟ ବ୍ରାହ୍ଣଣୀ ସେତୁ ଆରମ୍ଭ ହେବ ହେବ କହି ଏ ଭିତରେ ପ୍ରାୟ ୫ ବର୍ଷ ବିତିଗଲାଣି। ବ୍ରିଜ୍ କାମ ୨୦୨୦ ସୁଦ୍ଧା ଶେଷ ହେବାର ଥିଲା। କିନ୍ତୁ ତାରିଖ ପରେ ତାରିଖ ଗଡ଼ୁଥିବା ବେଳେ ନୂଆ ବ୍ରିଜ୍ କାମ ଶେଷ ହେବାର ନାଁ ନେଉନାହିଁ। ବ୍ରାହ୍ଣଣୀ ବିଜ ଉପରେ ଏବେ ବହୁ ସ୍ଥାନରେ ବଡ଼ ବଡ଼ ଗାତ ମଧ୍ୟ ସୃଷ୍ଟି ହେଉଛି। ଏନଏଚଏଆଇ କର୍ତ୍ତୃପକ୍ଷ ବଡ଼ ବଡ଼ ଲୁହା ପ୍ଲେଟ ପକାଇ କାମ ସାରି ଦେଉଥିବା ଅଭିଯୋଗ ହୋଇଛି।

Advertisment

ଏପଟେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାମ ଚଳିତ ବର୍ଷ ମେ’ ମାସ ଆଡ଼କୁ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ କାମ ସରିଛି। କିନ୍ତୁ ତାହାର ଆପ୍ରୋଚ ରୋଡ୍ କାମ ବାକି ରହିଛି। ତାହା ପୁଣି ଠିକ ସମୟରେ ଶେଷ ହେବ କି ନାହିଁ, ତାହା ମଧ୍ୟ ଜଣା ପଡୁନି। ଯଦି ବ୍ରିଜ ଭାଙ୍ଗି ଯାଏ ତେବେ ରାଉରକେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବ।

ଏ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ କହିଛନ୍ତି ଯେ ସେ ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବେ। ଅନ୍ୟପଟେ ସ୍ମାର୍ଟସିଟି ସିଇଓ କହିଛନ୍ତିଯେ ସେ ଏଥିପାଇଁ ବାରମ୍ବାର ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe