ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ । ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି।
ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି ୨୦ ଦିନ ସମୟ । ପରିବାର ଲୋକେ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରେରଣା ଦେଇଛନ୍ତି । ସୋଲ, ଚକଲେଟ ଜରି, କାଠି ଆଦି ଜିନିଷରେ ସେ ଏହି ରଥ ତିଆରି କରିଛନ୍ତି।
ଛାତ୍ର ପ୍ରୋନିତ କହିଛନ୍ତି ଯେ, ଛୋଟବେଳୁ ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ। ତାଙ୍କ ପ୍ରତି ଛୋଟବେଳୁ ମୋର ଗୋଟିଏ ଆଗ୍ରହ ରହି ଆସିଛି। ଆମର ଜିରପାଣି ମନ୍ଦିର ସେବାୟତଙ୍କଠାରୁ ଅନେକ କିଛି ଶିଖିବାକୁ ପାଇଛି। ଏହି ରଥଟିକୁ ତିଆରି କରିବାରେ ମତେ ୨୦ ଦିନ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପରିବାର ଲୋକଙ୍କ ସହ ଭୋଜି କରିବାକୁ ଆସି ଇବ୍ ନଦୀରେ ବୁଡ଼ିଗଲେ ୩ ନାବାଳକ
ଏହି ତିନି ନାବାଳକଙ୍କ ମଧ୍ୟରୁ ଜଣଙ୍କୁ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ୧୨ ଓ ୧୦ ବର୍ଷ ହୋଇଥିବା ଜଣାପଡ଼ିଛି।
Crime
ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ରାଉରକେଲା ସହରରେ ଥିବା ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ଆଜି ସେ ସ୍କୁଲ୍ ଯାଇ ନଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।
Accident
ସଂକୀର୍ତ୍ତନିଆଙ୍କୁ ନେଇ ଯାଉଥିବା ପିକ୍ଅପ୍ ଭ୍ୟାନ୍ ଓଲଟିଲା: ଜଣେ ମୃତ, ୧୯ ଆହତ
ଆହତଙ୍କ ମଧ୍ୟରୁ ୪ ଜଣ ମହିଳାଙ୍କ ହାତ ଭାଙ୍ଗି ଥିବା ଜଣାପଡ଼ିଛି।
Accident
ଝାଡ଼ାବାନ୍ତିରେ ରାଉରକେଲାରେ ଆଉ ଜଣେ ମୃତ, ୫କୁ ବଢ଼ିଲା ମୃତ୍ୟୁ ସଂଖ୍ୟା
୩ ଦିନ ମଧ୍ୟରେ ସହରରେ ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି।