/odisha-reporter/media/post_attachments/uploads/2021/05/hkl.jpg)
hkl
ରାଉରକେଲା(ଓଡ଼ିଶା ରିପୋର୍ଟର) ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। ସୁନ୍ଦରଗଡ଼ ଜିାର କେତେକ ଅଂଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ ଭାବେ ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଆଦି ଅଂଚଳରେ ବର୍ଷା ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
ଏସବୁ ବ୍ଲକର ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ଘର, କମ୍ୟୁନିଟି ହଲ ଆଦି ଜାଗାରେ କୋଭିଡ ନିୟମ ପାଳନ ସହ ଲୋକଙ୍କୁ ରଖାଯାଇଛି । ଲୋକଙ୍କୁ ରନ୍ଧା ଖାଦ୍ୟ ଦେବାପାଇଁ ବ୍ୟବସ୍ଥା କରଯାଇଛି ।
ଆବଶ୍ୟକ ସ୍ଥାନରେ ଶୁଖିଲା ଖାଦ୍ୟର ବ୍ୟବସ୍ଥା ବି କରାଯାଇଛି । ରାଉରକେଲାରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଆଗାମୀ ୨୪ ଘଣ୍ଟା ଯାଏ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
