ବାତ୍ୟା ପରେ ବର୍ଷା

ରାଉରକେଲା(ଓଡ଼ିଶା ରିପୋର୍ଟର) ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। ସୁନ୍ଦରଗଡ଼ ଜିାର କେତେକ ଅଂଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ ଭାବେ ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଆଦି ଅଂଚଳରେ ବର୍ଷା ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଏସବୁ ବ୍ଲକର ବିଭିନ୍ନ […]

hkl

Tapas Behera
  • Published: Wednesday, 26 May 2021
  • , Updated: 26 May 2021, 03:43 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର) ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଛି। ସୁନ୍ଦରଗଡ଼ ଜିାର କେତେକ ଅଂଚଳରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ ଭାବେ ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଆଦି ଅଂଚଳରେ ବର୍ଷା ପବନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ଏସବୁ ବ୍ଲକର ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ଘର, କମ୍ୟୁନିଟି ହଲ ଆଦି ଜାଗାରେ କୋଭିଡ ନିୟମ ପାଳନ ସହ ଲୋକଙ୍କୁ ରଖାଯାଇଛି । ଲୋକଙ୍କୁ ରନ୍ଧା ଖାଦ୍ୟ ଦେବାପାଇଁ ବ୍ୟବସ୍ଥା କରଯାଇଛି ।

ଆବଶ୍ୟକ ସ୍ଥାନରେ ଶୁଖିଲା ଖାଦ୍ୟର ବ୍ୟବସ୍ଥା ବି କରାଯାଇଛି । ରାଉରକେଲାରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଆଗାମୀ ୨୪ ଘଣ୍ଟା ଯାଏ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି ।

Related story