Advertisment

ଦୁଷ୍କର୍ମ ଅଭିଯୁକ୍ତକୁ ଧୋଇଦେଲା ପୁଲିସ !

ରାଉରକେଲା(ଓଡ଼ିଶା ରିପୋର୍ଟର): ପୁଲିସ ହାତରୁ ଖସିଲେ। ହେଲେ ଡ୍ରେନ୍ ଭିତରେ ଫସିଲେ ।  ଆଉ ଡ୍ରେନ୍ ଭିତରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତକୁ କାବୁ କଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ରାଉରକେଲାରେ। ଗତକାଲି ଜଣେ ଗଣ ଦୁଷ୍କର୍ମ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ  ରାଉରକେଲା ସରକାରୀ ମେଡିକାଲ ନେଇଥିଲା ପୁଲିସ।  ହେଲେ ମେଡିକାଲରୁ ପୋଲିସକୁ ଚକମା ଦେଇ ଖସିଗଲା ଅଭିଯୁକ୍ତ ।  ଆଉ ପଶିଗଲା  ଅଗ୍ରସେନ୍ ଭବନ ନିକଟରେ ଥିବା ଡ୍ରେନ୍ ଭିତରକୁ । ପୁଲିସ […]

ଦୁଷ୍କର୍ମ ଅଭିଯୁକ୍ତକୁ ଧୋଇଦେଲା ପୁଲିସ !

5hm

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ପୁଲିସ ହାତରୁ ଖସିଲେ। ହେଲେ ଡ୍ରେନ୍ ଭିତରେ ଫସିଲେ ।  ଆଉ ଡ୍ରେନ୍ ଭିତରୁ ଚମ୍ପଟ୍ ମାରିଥିବା ଅଭିଯୁକ୍ତକୁ କାବୁ କଲା ପୁଲିସ। ଏଭଳି ଏକ ଘଟଣା ଘଟିଛି ରାଉରକେଲାରେ। ଗତକାଲି ଜଣେ ଗଣ ଦୁଷ୍କର୍ମ ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ  ରାଉରକେଲା ସରକାରୀ ମେଡିକାଲ ନେଇଥିଲା ପୁଲିସ।  ହେଲେ ମେଡିକାଲରୁ ପୋଲିସକୁ ଚକମା ଦେଇ ଖସିଗଲା ଅଭିଯୁକ୍ତ ।  ଆଉ ପଶିଗଲା  ଅଗ୍ରସେନ୍ ଭବନ ନିକଟରେ ଥିବା ଡ୍ରେନ୍ ଭିତରକୁ । ପୁଲିସ ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ଡ୍ରେନରେ ଖୋଜାଖୋଜି କରିଥିଲା ।

Advertisment

ହେଲେ ଅଭିଯୁକ୍ତକୁ ପାଇ ନ ଥିଲା ।  ଆଜି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା  ରାଉରକେଲା ପୋଲିସର ଏକ ସ୍ପେଶାଲ୍ ଟିମ୍  । ଆଉ ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଡ୍ରେନ୍ ଭିତରୁ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା  । ଡ୍ରେନ୍ ଭିତରୁ  ଆଣିବା ପରେ ପୁଲିସ ତାକୁ ଧୋଇଥିଲା।  ଏହି ଘଟଣାରେ ରାଉରକେଲା ଏସପି ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ  ସସ୍ପେଣ୍ଡ କରିଛନ୍ତି।  ଏଥିସହ ତଦନ୍ତକାରୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଛନ୍ତି।  ପୂର୍ବରୁ ମଧ୍ୟ ରାଉରକେଲାରେ ପୁଲିସ ହେପାଜତରୁ ଅପରାଧୀ ଖସିଯିବା ଘଟଣା ନଜରକୁ ଆସିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe