Advertisment

ମୋ ଖୁସି ଦେଖିବାକୁ ବାପା ନାହାନ୍ତି: ମୁମ୍ବାଇରେ ଚମକିଲେ ରାଉରକେଲା ଝିଅ

ରାଉରକେଲା(ପୱନ ତୀୱାରି): ରାଉରକେଲାର ଡି.ପୂଜାଙ୍କ କମାଲ। ସେ ମୁମ୍ବାଇ ଠାରେ ଆୟୋଜିତ ସର୍ବଭାରତୀୟ ଟିନ୍‌ ମିସ ୟୁନିଭର୍ସରେ ବିଜେତା ହୋଇଛନ୍ତି। ସାରା ଦେଶରୁ ବିଭିନ୍ନ ବର୍ଗ ପାଇଁ ପ୍ରାୟ ୫୩୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ମୁମ୍ବାଇଠାରେ ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୫ ତାରିଖ ଯାଏଁ ଚାଲିଥିଲା ଏହି ପ୍ରତିଯୋଗିତା। ରାଉରକେଲାର ଡି.ପୂଜା ମିସ ୟୁନିଭର୍ସ ଟାଇଟଲ ପାଇଛନ୍ତି । ସେ ରାଉରକେଲାର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। […]

ଅଦ୍ୟତନ ହୋଇଛି
ମୋ ଖୁସି ଦେଖିବାକୁ ବାପା ନାହାନ୍ତି: ମୁମ୍ବାଇରେ ଚମକିଲେ ରାଉରକେଲା ଝିଅ

5ti

Advertisment

ରାଉରକେଲା(ପୱନ ତୀୱାରି): ରାଉରକେଲାର ଡି.ପୂଜାଙ୍କ କମାଲ। ସେ ମୁମ୍ବାଇ ଠାରେ ଆୟୋଜିତ ସର୍ବଭାରତୀୟ ଟିନ୍‌ ମିସ ୟୁନିଭର୍ସରେ ବିଜେତା ହୋଇଛନ୍ତି। ସାରା ଦେଶରୁ ବିଭିନ୍ନ ବର୍ଗ ପାଇଁ ପ୍ରାୟ ୫୩୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ମୁମ୍ବାଇଠାରେ ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୫ ତାରିଖ ଯାଏଁ ଚାଲିଥିଲା ଏହି ପ୍ରତିଯୋଗିତା। ରାଉରକେଲାର ଡି.ପୂଜା ମିସ ୟୁନିଭର୍ସ ଟାଇଟଲ ପାଇଛନ୍ତି । ସେ ରାଉରକେଲାର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି।  ଭବିଷ୍ୟତରେ ସେ ଜଣେ ଆଇପିଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।

Advertisment

ଏହି ଟାଇଟଲ ପାଇ ସେ ଖୁବ୍ ଆନନ୍ଦିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହା ମୋ ପାଇଁ ଏକ ସ୍ୱପ୍ନ ଥିଲା। ଯାହା ଆଜି ପୂରଣ ହୋଇଛି। ଏହି ପ୍ରତିଯୋଗିତା ଅନଲାଇନ୍‌ରେ ୭ ଦିନ ଧରି ହୋଇଥିଲା। ଏଥିରେ ୫୩୫ ପ୍ରତିଯୋଗୀ ଥିଲେ। ସେଥିରେ ମୁଁ ଟପ୍‌ ଟେନକୁ ଆସିଲି।  ପରେ କଲ ଆସିଲା ମୁମ୍ବାଇ ଯିବାର ଅଛି।  ସେଠାରେ ମୁଁ ଟପ୍‌ ୩କୁ ଗଲି। ସେଠାରେ ମୁଁ ଟିନ୍‌ ମିସ ୟୁନିଭର୍ସ ଟାଇଟଲ ଜିତିପାରିଲି। ଏଥିରେ ଶ୍ରେୟ ମୁଁ ମୋ ମାଙ୍କୁ ଦେବି।  ସେ କହିଛନ୍ତି ଯେ, ମୋ ବାପାଙ୍କ ମୃତ୍ୟୁ ହୋଇ ଯାଇଛି। ସେ ଥିଲେ ଖୁବ୍‌ ହୋଇଥାନ୍ତେ। ସେ ନାହାନ୍ତି ମୋତେ ଦୁଃଖ ଲାଗୁଛି।  ମୁଁ ବାପାଙ୍କୁ ଆଜି ମିସ୍‌ କରୁଛି ବୋଲି ସେ କହିଛନ୍ତି। ଆଗକୁ ଆଇପିଏସ ପାଇଁ ପ୍ରସ୍ତୁତି ଜାରି ରଖିବେ ବୋଲି କହିଛନ୍ତି।

Rourkela Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe