Advertisment

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ ବନ୍ଧା ହେଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ତାଙ୍କ ପାଖରୁ ଭିଜିଲାନ୍ସ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଜବତ କରିଥିବାବେଳେ ସେ ବହୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଆରଏସ୍ ଅଧିକାରୀ ଶ୍ରୀ ନାୟକଙ୍କୁ ଆଜି ଗିରଫ କରାଯାଇ ସୁନ୍ଦରଗଡ଼ସ୍ଥିତ ସ୍ପେଶାଲ ଭିଜିଲାନ୍ସ ବିଚାରପତିଙ୍କ ପାଖରେ […]

ଅଦ୍ୟତନ ହୋଇଛି
ଭିଜିଲାନ୍ସ ଚଢ଼ାଉ ସତ୍ତ୍ୱେ ଦୁର୍ନୀତି ବନ୍ଦ ହେଉନି କାହିଁକି?

Vigilance

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ତାଙ୍କ ପାଖରୁ ଭିଜିଲାନ୍ସ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଜବତ କରିଥିବାବେଳେ ସେ ବହୁ ବେନାମୀ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରିଛି।

Advertisment

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଆରଏସ୍ ଅଧିକାରୀ ଶ୍ରୀ ନାୟକଙ୍କୁ ଆଜି ଗିରଫ କରାଯାଇ ସୁନ୍ଦରଗଡ଼ସ୍ଥିତ ସ୍ପେଶାଲ ଭିଜିଲାନ୍ସ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଶ୍ରୀ ନାୟକ ଓ ତାଙ୍କ ସାନଭାଇଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତାଙ୍କର ରାଉରକେଲାରେ ୭୫ଲକ୍ଷ ଟଙ୍କାର ଏକ ତିନିମହଲା କୋଠା ଘର, ରାଉରକେଲାରେ ୩୫ଲକ୍ଷ ଟଙ୍କାର ଏକ କୋଠା, ଭୁବନେଶ୍ୱର ଗୋଠପାଟଣାରେ ୫୦ଲକ୍ଷ ଟଙ୍କାର ୩ ବେଡରୁମ ବିଶିଷ୍ଟ ଫ୍ଲାଟ, ୨ଟି ଚାରିଚକିଆ ଗାଡ଼ି ସମେତ ବହୁ ସୁନା ଅଳଙ୍କାର ଓ ବ୍ୟାଙ୍କ ଜମା ଆଦି ଜବତ ହୋଇଛି ।

ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ଉ କରି ଏହି ସବୁ ସମ୍ପତ୍ତି ଜବତ କରିଥିଲା ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe