Advertisment

କଏନ୍ ପ୍ରିୟ କେଶବ, ସାଇତି ରଖିଛନ୍ତି ୧୩୫ ଦେଶର ନୋଟ୍

ରାଉରକେଲା (ପବନ ତିୱାରୀ): ରାଉରକେଲା ସେକ୍ଟର-୧୪ ଅଞ୍ଚଳରେ ରୁହନ୍ତି କେଶବ ଚନ୍ଦ୍ର ମହନ୍ତ। ସେ ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ଚାକିରି କରନ୍ତି। କିନ୍ତୁ ନିଶା ହେଉଛି ବିଭିନ୍ନ ଦେଶ ଓ ଆମ ଦେଶର ବିଭିନ୍ନ ସ୍ଥାନର ନୋଟ୍ ଓ କଏନ୍ ସଂଗ୍ରହ କରିବା। ଏହା ତାଙ୍କର ସ୍ଵପ୍ନ ଓ ନିଶା । କେଶବ ଚନ୍ଦ୍ରଙ୍କ ନିକଟରେ ସାରା ବିଶ୍ଵର ୧୩୫ଟି ଦେଶର ନୋଟ୍ ରହିଛି । କେବଳ ସେତିକି ନୁହେଁ, ଦେଶ ଓ ବିଦେଶର ୫ ହଜାରରୁ […]

ଅଦ୍ୟତନ ହୋଇଛି
କଏନ୍ ପ୍ରିୟ କେଶବ, ସାଇତି ରଖିଛନ୍ତି ୧୩୫ ଦେଶର ନୋଟ୍

coin-and-notes

Advertisment

ରାଉରକେଲା (ପବନ ତିୱାରୀ): ରାଉରକେଲା ସେକ୍ଟର-୧୪ ଅଞ୍ଚଳରେ ରୁହନ୍ତି କେଶବ ଚନ୍ଦ୍ର ମହନ୍ତ। ସେ ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ଚାକିରି କରନ୍ତି। କିନ୍ତୁ ନିଶା ହେଉଛି ବିଭିନ୍ନ ଦେଶ ଓ ଆମ ଦେଶର ବିଭିନ୍ନ ସ୍ଥାନର ନୋଟ୍ ଓ କଏନ୍ ସଂଗ୍ରହ କରିବା। ଏହା ତାଙ୍କର ସ୍ଵପ୍ନ ଓ ନିଶା ।

Advertisment

କେଶବ ଚନ୍ଦ୍ରଙ୍କ ନିକଟରେ ସାରା ବିଶ୍ଵର ୧୩୫ଟି ଦେଶର ନୋଟ୍ ରହିଛି । କେବଳ ସେତିକି ନୁହେଁ, ଦେଶ ଓ ବିଦେଶର ୫ ହଜାରରୁ ଅଧିକ ଭେରାଇଟିର କଏନ୍ ମଧ୍ୟ ରହିଛି । ଏପରିକି ବିଭିନ୍ନ ଦେଶର ରଙ୍ଗିନ କଏନ୍ ମଧ୍ୟ ରହିଛି। ତେବେ ସେଥିମଧ୍ୟରୁ ଗୋଟିଏ କଏନ୍ ଅଛି, ଯାହାର ଓଜନ ୧ କେଜି ହେବ । ଏହି କଏନଟି ଚାନ୍ଦିରେ ନିର୍ମିତ, ଯାହା ବିଶ୍ୱର ସବୁଠାରୁ ଓଜନିଆ କଏନ୍।

ଏମିତି ଅନେକ କଏନର ମାଲିକ ହେଉଛନ୍ତି କେଶମ । ସେହିପରି କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାର ନୋଟ୍ ମଧ୍ୟ ସେ ରଖିଛନ୍ତି । ଯେଉଁଥିରେ ଚୀନ ସରକାର କରୋନା ପାଇଁ ପିପିଇ କିଟ୍ ପିନ୍ଧି ଥିବା ରହିଛି। ଏହା ସହିତ ପ୍ରାୟ ୪ ହଜାର ବର୍ଷ ପୁରୁଣା ହତିଆର କଏନ୍ ମଧ୍ୟ ରହିଛି ।

Advertisment

ଏବେ ଚାଲିଛି ରଥଯାତ୍ରା ସମୟ । କେଶବଙ୍କ ନିକଟରେ ୧୯୨୪ ମସିହାର ଏକ ନୋଟ୍ ରହିଛି, ଯେଉଁ ନୋଟର ପଛପଟେ ଜଗନ୍ନାଥ ମନ୍ଦିରର ଫଟୋ ମଧ୍ୟ ରହିଛି। ୨୦୧୫ ମସିହାର ନବକଳେବର ପାଇଁ ତିଆରି ହୋଇଥିବା ହଜାରେ ଟଙ୍କିଆ କଏନ୍ ମଧ୍ୟ ସେ ସାଇତି ରଖିଛନ୍ତି।

୧୯୭୮ ମସିହାର ଡି ମନିଟାଇଜେସନ୍ ସମୟର ଦୁଇଟି ନୋଟ୍ ତାଙ୍କ ପାଖରେ ରହିଛି, ଯାହା ୫ ହଜାର ଓ ୧୦ ହଜାର ଟଙ୍କିଆ ନୋଟ୍ । ତାଙ୍କ ଜୀବନର ସମସ୍ତ ଆୟର ୯୦ ପ୍ରତିଶତ ସେ କଏନ୍ ସଂଗ୍ରହରେ ଖର୍ଚ୍ଚ କରିଛନ୍ତି କ୍ଷ ଲୋକଙ୍କର ସ୍ଵପ୍ନ ଥାଏ ସେମାନେ ଦାମୀ ଗାଡ଼ି, ଘୋଡା, ଘର କରିବେ, କିନ୍ତୁ କେଶବଙ୍କ ସ୍ଵପ୍ନ ହେଉଛି ଏହି ନୋଟ୍ ଓ କଏନ୍ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe