Advertisment

ପିଲା ବିକ୍ରି କାରବାରର ନୂଆ ହବ୍ ରାଉରକେଲା

ରାଉରକେଲା(ଓଡ଼ିଶା ରିପୋର୍ଟର): ପିଲା ବିକ୍ରି କାରବାରର ନୂଆ ହବ୍ ରାଉରକେଲା । ଏଠୁ ଯାଇ ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି କୁନି କୁନି ଛୁଆ । ଦୁଇ ଦିନ ତଳେ ପିଲା ବିକ୍ରି ରାକେଟ୍ ଚଳାଉଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ସେହି ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ସଦସ୍ୟ।  ରାଉରକେଲା ଏସ୍ପିଙ୍କ ସୂଚନା ଅନୁସାରେ ବ୍ୟସ୍ତବହୁଳ ଇସ୍ପାତ ନଗରୀରେ ଗଲା ୨ ବର୍ଷ ଧରି ସକ୍ରିୟ ଅଛି ଏ ରାକେଟ୍। ଗତକାଲି ଭୋରରୁ […]

୮ ଦିନରେ ଉଦ୍ଧାର ହୋଇଛନ୍ତି ୮୯୪ ନିଖୋଜ ଶିଶୁ: ଡିଜିପି

child

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ପିଲା ବିକ୍ରି କାରବାରର ନୂଆ ହବ୍ ରାଉରକେଲା । ଏଠୁ ଯାଇ ରାଜ୍ୟ ବାହାରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି କୁନି କୁନି ଛୁଆ । ଦୁଇ ଦିନ ତଳେ ପିଲା ବିକ୍ରି ରାକେଟ୍ ଚଳାଉଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ସେହି ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ସଦସ୍ୟ।  ରାଉରକେଲା ଏସ୍ପିଙ୍କ ସୂଚନା ଅନୁସାରେ ବ୍ୟସ୍ତବହୁଳ ଇସ୍ପାତ ନଗରୀରେ ଗଲା ୨ ବର୍ଷ ଧରି ସକ୍ରିୟ ଅଛି ଏ ରାକେଟ୍। ଗତକାଲି ଭୋରରୁ ଏକ ଶିଶୁ ବିକ୍ରି ଡିଲ୍ ଚାଲିଥିବା ବେଳେ ଅଭିଯୋଗ ପାଇ ଗ୍ୟାଙ୍ଗର ୭ ସଦସ୍ୟଙ୍କୁ କାବୁ କରିଥିଲା ପ୍ଲାଣ୍ଟ ସାଇଟ୍ ପୁଲିସ । ସମାଜସେବୀର ଭ୍ରମ ସୃଷ୍ଟି କରି ସହାୟତା ନାଁରେ ଏମାନେ ଗରିବ ପରିବାରରୁ ପିଲା କିଣି ସେମାନଙ୍କୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ । ଶିଶୁକନ୍ୟାକୁ ୩୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଓ ଶିଶୁପୁତ୍ର ହେଲେ ୪ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଦୁଇ ବର୍ଷ ଭିତରେ ଏ ଗ୍ୟାଙ୍ଗ୍ ସହରରୁ ପ୍ରାୟ ୩୦ରୁ ୪୦ ଛୁଆ ରାଜ୍ୟ ବାହାରେ ବିକି ଦେଇଥିବା ଖୋଦ୍ ଏସପି କହିଛନ୍ତି।

Advertisment

ତେବେ ଏତେ ଦିନ ଧରି ରାଉରକେଲାରେ ଏ ରାକେଟ୍ ବେଧଡ଼କ ଚାଲିଥିଲା କେମିତି ? ପୁଲିସ, ଗୁଇନ୍ଦା ସଂସ୍ଥା, ଶିଶୁ ସୁରକ୍ଷା ଅନୁଷ୍ଠାନ ଏ ସମ୍ପର୍କରେ ଜାଣିପାରିଲେନି କେମିତି? ପୁଲିସ କହିଛି ସମାଜସେବାର ନାରା, ଏନଜିଓ ନାଁରେ ଶିଶୁଙ୍କ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେବା ଓ ଭଦ୍ର ମୁଖାର ଖୋଳପା ପିନ୍ଧିଥିବାରୁ ଏମାନେ ସହଜରେ ଧରାପଡ଼ୁନଥିଲେ। ଗିରଫ ହୋଇଥିବା ସବୁ ଅଭିଯୁକ୍ତ ଅଣଓଡ଼ିଆ ଓ ଏମାନେ ରାଉରକେଲାର ଭିଆଇପି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ପିଲା ବିକ୍ରି ଭଳି ଜଘନ୍ୟ କାମରେ ଲିପ୍ତ ଥିବାରୁ ଏମାନଙ୍କୁ କଡ଼ା ସଜ୍ଜା ଦେବାକୁ ଦାବି କରିଛନ୍ତି ସହରର ସଚେତନ ନାଗରିକ।

ରାଉରକେଲାରେ ଛୁଆ ବିକ୍ରି ରାକେଟର ପର୍ଦ୍ଦାଫାସ ପରେ ସାମ୍ନାକୁ ଆସିଛି ଛୁଆ ନିଖୋଜ ତଥ୍ୟ  । ଗଲା ୫ ବର୍ଷରେ କେବଳ ରାଉରକେଲା ପୁଲିସ ଜିଲ୍ଲାରେ ୩୪ ଶିଶୁ ନିଖୋଜ ଓ ଅପହରଣ ଅଭିଯୋଗ ଆସିଥିବା ବେଳେ ବେଳେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ଗଲା ୪ ବର୍ଷରେ ୪୭ ଶିଶୁଙ୍କ ପତ୍ତା ମିଳୁନି । ତେଣୁ ଏ ରାକେଟ୍ ସହ ପିଲା ଚୋରି ରାକେଟର ଲିଙ୍କ୍ ଅଛି କି ନାହିଁ ଏବଂ ଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଖାଲି ପିଲା ବିକ୍ରି ନା ଅଙ୍ଗପ୍ରତ୍ୟଙ୍ଗ ତସ୍କରୀରେ ବି ସାମିଲ ଅଛନ୍ତି, ତାର ଖୋଳତାଡ଼ କରୁଛି ପୁଲିସ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe