Advertisment

ସୁନ୍ଦରଗଡ଼ ଏଣ୍ଟ୍ରୀ ପାଇଁ ଦରକାର RTPCR ନେଗେଟିଭ୍ ରିପୋର୍ଟ

ରାଉରକେଲା (ପବନ ତିୱାରୀ): ଏଣିକି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବେଶ କରିବାକୁ ହେଲେ ଦରକାର RTPCR ନେଗେଟିଭ୍ ରିପୋର୍ଟ। ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଆକ୍ସନ୍ ମୁଡକୁ ଆସିଛି। ଜିଲ୍ଲାରେ ଲଗାତର ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ କିପରି କମା ଯାଇପାରିବ ସେ ନେଇ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ। ଜିଲ୍ଲାରେ ଦିନକୁ ପ୍ରାୟ ୮ ସହ ଟେଷ୍ଟିଂ କରଯାଉଛି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସୁନ୍ଦରଗଡ଼ ଏଣ୍ଟ୍ରୀ ପାଇଁ ଦରକାର RTPCR ନେଗେଟିଭ୍ ରିପୋର୍ଟ

sundargarh

ରାଉରକେଲା (ପବନ ତିୱାରୀ): ଏଣିକି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରବେଶ କରିବାକୁ ହେଲେ ଦରକାର RTPCR ନେଗେଟିଭ୍ ରିପୋର୍ଟ। ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଆକ୍ସନ୍ ମୁଡକୁ ଆସିଛି। ଜିଲ୍ଲାରେ ଲଗାତର ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ କିପରି କମା ଯାଇପାରିବ ସେ ନେଇ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ।

Advertisment

ଜିଲ୍ଲାରେ ଦିନକୁ ପ୍ରାୟ ୮ ସହ ଟେଷ୍ଟିଂ କରଯାଉଛି। ଜିଲ୍ଲା ତମାମ କରୋନା ସଚେତନତାକୁ ଜୋରଦାର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଥିବା ରାଉରକେଲା ରେଳ ଷ୍ଟେସନ୍ ସମେତ ସମସ୍ତ ରେଳ ଷ୍ଟେସନରେ କରୋନା ଯାଞ୍ଚ କଡ଼ାକଡ଼ି ହୋଇଛି। ରାଉରକେଲା ସହରର JP ହସ୍ପିଟାଲ, ଓ ଶାନ୍ତି ମେମୋରିଆଲ ହସ୍ପିଟାଲକୁ କରୋନା ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯାଇଛି।

ସେହିପରି ସୁନ୍ଦରଗଡ଼ର NTPC ହସ୍ପିଟାଲକୁ ମଧ୍ୟ କରୋନା ଚିକିତ୍ସା ପାଇଁ ପ୍ରସ୍ତୁତ ରଖା ଯାଇଛି। ଏହା ବ୍ୟତୀତ ପାଖାପାଖି ଅଢେଇ ହଜାର ବେଡକୁ ମଧ୍ୟ ବିଭିନ୍ନ ହଷ୍ଟେଲରେ ବ୍ୟବସ୍ଥା ହୋଇଛି।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହିକ୍ରମରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୭୪୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୦୪, ବାଲେଶ୍ୱରରୁ ୧୫୮, ସମ୍ବଲପୁରରୁ ୧୨୧ ଓ କଳାହାଣ୍ଡି ଜିଲ୍ଲାରୁ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ନିୟମକୁ ଅଧିକ କଠୋର କରାଯାଇଛି।