/odisha-reporter/media/post_attachments/uploads/2022/01/kusum-tete.jpg)
kusum-tete
ସୁନ୍ଦରଗଡ(ବିଜୟ ବରୁଆ): ଥାନା ସମ୍ମୁଖରେ ଧାରଣା ଦେଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ଗିରଫ ବିସ୍ଥାପିତଙ୍କ ଖଲାସ ଦାବିରେ ବିଧାୟିକା କୁସୁମ ଟେଟେ ହେମଗିରି ଥାନା ସମ୍ମୁଖରେ ନିଜ ସମର୍ଥକଙ୍କ ସହିତ ଧାରଣାରେ ବସିଛନ୍ତି।
Advertisment
ଗତ ୩୧ ତାରିଖରୁ ଏନଟିପିସି ଡୁଲିଙ୍ଗା କୋଇଲା ଖଣିରେ ଭୂମିହୀନ ବିସ୍ଥାପିତ ମାନେ ଉଚିତ କ୍ଷତିପୂରଣ ଦାବିରେ ଖଣି ବନ୍ଦ କରି ରଖିଥିଲେ। ହେଲେ ଆଜି ପାଖାପାଖି ୪୦ ଜଣ ବିସ୍ଥାପିତଙ୍କୁ ପୁଲିସ ଉଠାଇ ନେଇଥିଲା। ଖବର ପାଇବା ପରେ ବିଧାୟିକା ତୁରନ୍ତ ଥାନାରେ ପହଞ୍ଚିଥିଲେ। ଥାନାରେ ସେ ବିସ୍ଥାପିତଙ୍କ ଖଲାସ ପାଇଁ ଦାବି କରିଥିଲେ।
ପ୍ରଥମେ ପୁଲିସ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେବା ପାଇଁ ରାଜି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଲିସ ଛାଡିବା ପାଇଁ ମନା କରିଦେଇଥିଲା। ଯେଉଁ କାରଣରୁ ବିଧାୟିକା ଥାନା ସମ୍ମୁଖରେ ନିଜ ସମର୍ଥକଙ୍କ ସହିତ ଧାରଣାରେ ବସିପଡ଼ିଲେ। ସମସ୍ତ ବିସ୍ଥାପିତଙ୍କୁ ଖଲାସ ନ କରିବା ଯାଏ ଧାରଣା ଜାରି ରହିବ ବୋଲି ବିଧାୟିକା ସୂଚନା ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
