8nb
ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): କୋଭିଡରେ ମୃତ୍ୟୁ ପରେ ୧୦ ଘଣ୍ଟା ପରେ ଜଳିଲା ଶବ । କେବଳ ପ୍ରଶାସନିକ ଅବହେଳା ଯୋଗୁଁ ଏପରି ଅଭଵନୀୟ ଘଟଣା ଘଟିଛି। ସୁନ୍ଦରଗଡ଼ ସହରରୁ ଏହି ଅଭିଯୋଗ ଆସିଛି। ଗତକାଲି ରାତିରେ ସୁନ୍ଦରଗଡ଼ କୋଭିଡ କେୟାର ସେଣ୍ଟରରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ।
ମୃତ ଦେହକୁ ସତ୍କାର ପାଇଁ ମଶାଣୀ ବନ୍ଧୁ ସୂଚନା ଦେଲା ପରେ ସେମାନେ ସକାଳ ୭ଟା ବେଳେ ମଶାଣୀରେ ପହଞ୍ଚି ଯାଇଥିଲେ । କାଠ ଏଵଂ ପିପିଇ କିଟ ପୌର ପାଳିକା ଦେଲା ପରେ ଶବ ସତ୍କାର କରାଯାଇଥାନ୍ତା ।
କିନ୍ତୁ ପୌର ନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ କାହାରି ସହିତ ଯୋଗାଯୋଗ ହୋଇପାରିଲା ନାହିଁ । ଅନ୍ୟପଟେ ଶବ ଆସି ମଶାଣୀ ରେ ପହଞ୍ଚି ଯାଇଥିଲା । ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା ପରେ ମଶାଣୀ ବନ୍ଧୁ ମାନେ ନିଜ ଖର୍ଚ୍ଚରେ କାଠ ଏବଂ ପିପିଇ କିଟ ଆଣି ଶବ ସତ୍କାର କରିଥିଲେ । ମୃତ୍ୟୁର ଦୀର୍ଘ ୧୦ ଘଣ୍ଟା ପରେ ଶବ ସତ୍କାର ହୋଇଥିଲା। କେବଳ ପୌର ପାଳିକା ଏବଂ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଜି ଏ ପ୍ରକାର ଅବ୍ୟବସ୍ଥା ଘଟିଲା ବୋଲି ଅଭିଯୋଗ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/8nb.jpg)