/odisha-reporter/media/post_attachments/uploads/2021/02/wht.jpg)
wht
ବଣାଇ(ରଂଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଂଚଳରେ ବିମଳାଗଡ଼-ତାଳଚେର ରେଳ ପଥ ନିର୍ମାଣ ଦାବିରେ ଆଜି ହୋଇଥିଲା ରେଳରୋକ। ବିମଳାଗଡ଼ ତାଳଚେର ସଂଗ୍ରାମ ସମିତି ପକ୍ଷରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ କରାଯାଇଥିଲା ଏହି ରେଳରୋକ। ଶତାଧିକ ସିପିଆଇ କର୍ମୀ ବିମଳଗଡ଼ ଠାରେ ରେଳ ରୋକ କରିଥିଲେ। ଏହି ସମୟରେ ବିଧାୟକ ଶ୍ରୀ ମୁଣ୍ଡା ରେଳ ଲାଇନ୍ ଉପରେ ଶୋଇ ରହିଥିଲେ।
ସମିତି ପକ୍ଷରୁ କୁହାଯାଇଛି, ଏହାକୁ ସମ୍ପୂର୍ଣ୍ଣ କରିବାକୁ ହେଲେ ୬୦୦ କୋଟି ଟଙ୍କା ଆବଶ୍ୟକ। ଏଣୁ କେନ୍ଦ୍ର ୩୦୦, ରାଜ୍ୟ ୩୦୦ କୋଟି ଦେଇ ତୁରନ୍ତ ନିର୍ମାଣ କରନ୍ତୁ। ଦୀର୍ଘ ୬୮ବର୍ଷ ତଳେ କାମ ଆରମ୍ଭ ହୋଇଥିବା ବେଳେ ଏଯାଏ ସରିପାରିଲାନି।
ସମିତି କହିଛି, ଯଦି ଶୀଘ୍ର ରେଳପଥ ନିର୍ମାଣ କାର୍ଯ୍ୟ ନହୁଏ, ତା’ହେଲେ ଏଅଞ୍ଚଳରୁ ମାଲ ପରିବହନ କରାଇ ଦିଆଯିବନି। ସେହିଭଳି ଏହି ରେଳ ଲାଇନ ହେଲେ ଏହି ଅଂଚଳର ବିକାଶ ହେବ। ଲୋକେ ମାତ୍ର ପାଞ୍ଚ ଘଣ୍ଟାରେ ଭୁବନେଶ୍ୱରରେ ପହଞ୍ଚିପାରିବେ।
ସମିତି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ଜମି ଅଧିଗ୍ରହଣରେ ବିଳମ୍ବ କରୁଥିବା ତଥା କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଅନୁଦାନ ଦେଉ ନଥିବାରୁ ବିମଳାଗଡ଼-ତାଳଚେର ରେଳ ଲାଇନ ନିର୍ମାଣରେ ବିଳମ୍ୱ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
