Advertisment

ସେଲଫି ପାଇଁ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

ରାଉରକେଲା(ପୱନ ତୀୱାରି): ସେଲଫି ପାଇଁ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ । ସଟଡାଉନ ନିୟମକୁ ଆମାନ୍ୟ କରି ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ଆଜି ପାଞ୍ଚ ଜଣ ବନ୍ଧୁ ରାଜଗାଙ୍ଗପୁର ଠାରେ ଥିବା କାଂଶବାହାଲ ଡ୍ୟାମକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ସେଲଫି ନେଉଥିବା ବେଳେ ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଗୋଡ଼ ଖସି ଯାଇଥିଲା । ଫଳରେ ଡ୍ୟାମର ଅଥଳଅଥଳ ପାଣିରେ ବୁଡି ଯାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ଏବଂ ଅନ୍ୟ […]

ସେଲଫି ପାଇଁ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

6nm

Advertisment

ରାଉରକେଲା(ପୱନ ତୀୱାରି): ସେଲଫି ପାଇଁ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ । ସଟଡାଉନ ନିୟମକୁ ଆମାନ୍ୟ କରି ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳର ଆଜି ପାଞ୍ଚ ଜଣ ବନ୍ଧୁ ରାଜଗାଙ୍ଗପୁର ଠାରେ ଥିବା କାଂଶବାହାଲ ଡ୍ୟାମକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ ସେଲଫି ନେଉଥିବା ବେଳେ ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଗୋଡ଼ ଖସି ଯାଇଥିଲା ।

Advertisment

ଫଳରେ ଡ୍ୟାମର ଅଥଳଅଥଳ ପାଣିରେ ବୁଡି ଯାଇଥିଲେ । ପ୍ରଥମେ ସ୍ଥାନୀୟ ଲୋକେ ଏବଂ ଅନ୍ୟ ତିନିଜଣ ବନ୍ଧୁ ଜଣଙ୍କୁ ଉଦ୍ଧାର କରି ଆରଜିଏଚ ପଠାଇଥିଲେ ହେଲେ।

ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ପଟେ ଅଗ୍ନିଶମ ବିଭାଗ ପହଁଚି ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଅନ୍ୟଜଣଙ୍କ ମୃତ ଦେହ ଉଦ୍ଧାର କରିଛି । ଦୁଇ ମୃତକ ହେଲେ ବାସନ୍ତୀ କଲୋନୀ ଅଞ୍ଚଳର ପ୍ରମୋଦ ପରିଡା ଓ ସୁମନ୍ତ ଦେ । ଦୁଇ ବନ୍ଧୁଙ୍କ ମୃତ ଶରୀରକୁ ଆରଜିଏଚରେ ରଖାଯାଇଥିବା ବେଳେ ପୁଲିସ ତଦନ୍ତ କରୁଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe