Advertisment

ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ତିନି ନାବାଳକ

ରାଉରକେଲା (ପବନ ତିୱାରୀ): ବାଳ ସୁଧାର ଗୃହରୁ ଫେରାର୍ ମାରିଲେ ତିନି ନାବାଳକ। ସ୍ଥାନୀୟ ପ୍ରଧାନ ପଲ୍ଲୀ ଅଞ୍ଚଳରେ ଥିବା ବାଳ ସୁଧାର ଗୃହରୁ ଗତକାଲି ବିଳମ୍ବିତ ରାତିରେ ଏହି ତିନି ନାବାଳକ ଫେରାର୍ ହୋଇଥିବା ସୂଚନା ମିଳିଛି। ରାତି ପ୍ରାୟ ୨ଟା କିମ୍ବା ୩ଟାରେ ସମସ୍ତେ ଶୋଇଥିବା ସମୟରେ ଏହି ତିନି ଜଣ ପିଲା ଝରକା ଭାଙ୍ଗି ଚମ୍ପଟ୍ ମାରିଥିବା ଜଣାପଡ଼ିଛି। କିଛି ଦିନ ତଳେ କୌଣସି ଏକ ଅପରାଧରେ ଏହି ତିନି ଜଣ ନାବାଳକ […]

ଅଦ୍ୟତନ ହୋଇଛି
ବାଳ ସୁଧାର ଗୃହରୁ ଚମ୍ପଟ ମାରିଲେ ତିନି ନାବାଳକ

juvenile

Advertisment

ରାଉରକେଲା (ପବନ ତିୱାରୀ): ବାଳ ସୁଧାର ଗୃହରୁ ଫେରାର୍ ମାରିଲେ ତିନି ନାବାଳକ। ସ୍ଥାନୀୟ ପ୍ରଧାନ ପଲ୍ଲୀ ଅଞ୍ଚଳରେ ଥିବା ବାଳ ସୁଧାର ଗୃହରୁ ଗତକାଲି ବିଳମ୍ବିତ ରାତିରେ ଏହି ତିନି ନାବାଳକ ଫେରାର୍ ହୋଇଥିବା ସୂଚନା ମିଳିଛି। ରାତି ପ୍ରାୟ ୨ଟା କିମ୍ବା ୩ଟାରେ ସମସ୍ତେ ଶୋଇଥିବା ସମୟରେ ଏହି ତିନି ଜଣ ପିଲା ଝରକା ଭାଙ୍ଗି ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

Advertisment

କିଛି ଦିନ ତଳେ କୌଣସି ଏକ ଅପରାଧରେ ଏହି ତିନି ଜଣ ନାବାଳକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯାହା ପରେ ଏହି ତିନିଜଣଙ୍କୁ ବାଳ ସୁଧାର ଗୃହରେ ଆଣି ରଖାଯାଇଥିଲା। କିନ୍ତୁ ସୋମବାର ରାତିରେ ଏମାନେ ଫେରାର୍ ମାରିଥିଲେ। ଏ ନେଇ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ବାଳ ସୁଧାର ଗୃହର ସୁପରିଟେଣ୍ଡେଣ୍ଟ ଏ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ସୂଚନା ଦେଇଥିବା ସୂଚନା ମିଳିଛି। ସେହିପରି ପୁଲିସ୍ ମଧ୍ୟ ଖବର ପାଇ ତଦନ୍ତ ଆରମ୍ଭ କରିଛି। ତେବେ ଚମ୍ପଟ ମାରିବା ପରେ ସୁରକ୍ଷା ବ୍ୟବସ୍ଥା କେମିତି ଥିଲା ଏବଂ ଏହା ପଛରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ, ତାହା ଜଣା ପଡ଼ିନାହିଁ। ପୁଲିସ୍ ତଦନ୍ତ ଶେଷ ହେବା ପରେ ସବୁ କିଛି ସାମ୍ନାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe