/odisha-reporter/media/post_attachments/uploads/2021/06/anita.jpg)
anita
ରାଉରକେଲା (ପବନ ତିୱାରୀ): କରୋନା ଭାଇରସର ଦ୍ୱିତୀୟ ଲହର୍ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। କରୋନା ଅନେକଙ୍କ ରୋଜଗାର ମଧ୍ୟ ଛଡ଼ାଇ ନେଇଛି। ଯେଉଁ କାରଣରୁ ଅନେକେ ଏବେ ବେରୋଜଗାର ହୋଇ ଘରେ ବସି ରହିଛନ୍ତି। କିନ୍ତୁ ରାଉରକେଲା ସହରରେ ଏମିତି ଜଣେ ଝିଅ ଅଛନ୍ତି, ଯିଏ ସ୍କୁଟି ଚଳାଇ ଘର ଘର ବୁଲି ଡେଲିଭରି କରୁଛନ୍ତି ଖାଦ୍ୟ। ଆଉ ସେ ହେଉଛନ୍ତି ସ୍କୁଟି ଜମାଟୋ ଗାର୍ଲ ଅନିତା କିସାନ।
ସେ ପଲିଟିକାଲ ଅନର୍ସରେ ବିଏ ଯାଏଁ ପାଠ ମଧ୍ୟ ପଢ଼ିଛନ୍ତି। ତେବେ ଲକଡାଉନ ଓ ସଟଡାଉନ ପାଇଁ ତାଙ୍କର ଜୀବନର ମୋଡ଼ ବଦଳି ଯାଇଛି। ଲକଡାଉନ୍ ଓ ଶଟଡାଉନ୍ ପୂର୍ବରୁ ସେ ଗୋଟିଏ ସ୍ଥାନରେ ଚାକିରି କରୁଥିଲେ, କିନ୍ତୁ ଏବେ ତାହା ବନ୍ଦ ହୋଇଗଲା।
ଅଫିସ୍ ବନ୍ଦ ହେବା ପରେ ସେ ଜମାଟୋରେ କାମ କରିବାକୁ ବାଧ୍ୟ ହୋଇଛନ୍ତି। ସେ ମଧ୍ୟ ଏହି କାମ କରି ବେଶ ଖୁସି ଅଛନ୍ତି। ଜଣେ ଆଦିବାସୀ ଝିଅ ନିଜ ଗୋଡ଼ରେ ଛିଡା ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
କେବଳ ଅନିତା ନୁହନ୍ତି, ତାଙ୍କ ଭଳି ଆହୁରି ଅନେକେ ଅଛନ୍ତି, ଯିଏ କରୋନା କାଳରେ ଚାକିରି ହରାଇବାରେ ଅନ୍ୟ ପନ୍ଥା ଆପଣାଇଛନ୍ତି। କେହି ଚାକିରି ଛାଡ଼ି ନିଜ ନିଜର ବ୍ୟବସାୟ ଛିଡ଼ା କରିଥିବା ବେଳେ କିଛି ଛୋଟ ଛୋଟ କାମ କରି ପେଟ ପୋଷୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
