Advertisment

ହାଣ୍ଡିଶାଳକୁ ୟୁକ୍ରେନ୍ ମାଡ଼, ବଢ଼ିଲା ଖାଇବା ତେଲ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଯୁଦ୍ଧ। ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଖାଇବା ତେଲ ଉପରେ ପଡ଼ିଛି। ୟୁକ୍ରେନରେ ୟୁଦ୍ଧ ପାଇଁ ରାଜ୍ୟରେ ଖାଇବା ତେଲ ଦର ବଢ଼ିଛି। ସନଫ୍ଲାୱାର ଓ ପାମୋଲିନ୍ ତେଲ ଦର ଆକାଶଛୁଆଁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଚାମ୍ବର୍ସ ଅଫ୍ କମର୍ସ କର୍ମକର୍ତ୍ତା। ସନଫ୍ଲାୱାର୍ ଓ ପାମୋଲିନ୍ ଦର ଲିଟର୍ ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ସନ୍ ଫ୍ଲାୱାର ତେଲ ଓଡ଼ିଶାକୁ […]

ହାଣ୍ଡିଶାଳକୁ ୟୁକ୍ରେନ୍ ମାଡ଼, ବଢ଼ିଲା ଖାଇବା ତେଲ ଦର

oil

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଯୁଦ୍ଧ। ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଖାଇବା ତେଲ ଉପରେ ପଡ଼ିଛି। ୟୁକ୍ରେନରେ ୟୁଦ୍ଧ ପାଇଁ ରାଜ୍ୟରେ ଖାଇବା ତେଲ ଦର ବଢ଼ିଛି। ସନଫ୍ଲାୱାର ଓ ପାମୋଲିନ୍ ତେଲ ଦର ଆକାଶଛୁଆଁ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଚାମ୍ବର୍ସ ଅଫ୍ କମର୍ସ କର୍ମକର୍ତ୍ତା।

Advertisment

ସନଫ୍ଲାୱାର୍ ଓ ପାମୋଲିନ୍ ଦର ଲିଟର୍ ପିଛା ୨୦ ଟଙ୍କା ବୃଦ୍ଧି ପାଇଛି। ସନ୍ ଫ୍ଲାୱାର ତେଲ ଓଡ଼ିଶାକୁ ମୁଖ୍ୟତଃ ୟୁକ୍ରେନରୁ ଆମଦାନୀ ହୋଇଥାଏ। ତେବେ ୟୁକ୍ରେନରେ ଯୁଦ୍ଧ ଲାଗିବାରୁ ତେଲ ଆସିପାରୁନି। ଯେଉଁ କାରଣରୁ ତେଲ ଦର ବଢ଼ିଛି। ଅନ୍ୟପକ୍ଷରେ ଇଣ୍ଡୋନେସିଆରେ ଗତ ମାସେ ହେବ ପାମୋଲିନ୍ ତେଲ ବଢ଼ିଚାଲିଛି। ତେଣୁ ଓଡ଼ିଶାରେ ମଧ୍ୟ ପାମୋଲିନ ଦର ବଢ଼ିଛି। ତେବେ ଆଗକୁ ମଧ୍ୟ ଦର ଆହୁରି ବଢ଼ିପାରେ ବୋଲତ ସୂଚନା ଦେଇଛନ୍ତି କଟକ ଚାମ୍ବର୍ସ ଅଫ୍ କମର୍ସର କର୍ମକର୍ତ୍ତା।

ତେବେ ଖାଇବା ତେଲ ଦର ଏକାଥରକେ ୨୦ ଟଙ୍କା ବଢ଼ିଥିବାରୁ ଖାଉଟୀଙ୍କର ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ମଧ୍ୟବର୍ଗୀୟଙ୍କୁ ଏହି ବର୍ଦ୍ଧିତ ଦର ଅଧିକ ବାଧିବ। ତେବେ ଆଗକୁ ବାକି ଖାଦ୍ୟ ସାମଗ୍ରୀ, ପେଟ୍ରୋଲ୍ ଓ ଡିଜେଲ୍ ଦର ମଧ୍ୟ ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ, ରୁଷରେ ଆକ୍ରମଣରେ ୟୁକ୍ରେନରେ ବିପୁଳ କ୍ଷତି ହୋଇଛି। ଯୁଦ୍ଧରେ ୟୁକ୍ରେନର ଶତାଧିକ କର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସୈନ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଏହି ଯୁଦ୍ଧରେ କେବେ ବିରାମ ଲାଗିବ ‍ଏବଂ ଦେଶକୁ ପୁଣି ଶାନ୍ତି ଫେରିବ, ତାହା ଅନିଶ୍ଚିତତା ଭିତରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe