Advertisment

ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଲା ସୁନିଆଁ ଉତ୍ସବ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଯାଇଛି ସୁନିଆଁ ଉତ୍ସବ। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ। ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ। ତା’ ସହ ସୁବର୍ଣ୍ଣ ମୁଦ୍ରାର ପ୍ରଚଳନ ମଧ୍ୟ ହୋଇଛି। ଏଥିପାଇଁ ସନ୍ଧ୍ୟାରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା […]

author-image
Manoranjan Sial
ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଲା ସୁନିଆଁ ଉତ୍ସବ

Puri

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଯାଇଛି ସୁନିଆଁ ଉତ୍ସବ। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ। ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ। ତା’ ସହ ସୁବର୍ଣ୍ଣ ମୁଦ୍ରାର ପ୍ରଚଳନ ମଧ୍ୟ ହୋଇଛି। ଏଥିପାଇଁ ସନ୍ଧ୍ୟାରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ।

Advertisment

ଗଜପତି ମହାରାଜା ନୂଆ ପଇତା ଧାରଣ ସହ ରାଜକୀୟ ବେଶରେ ବିଭୁଷିତ ହୋଇଥିଲେ। ଉତ୍ସବରେ ଶୋଳ ଶାସନର ବ୍ରାହ୍ମଣମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଜାମାନେ ଗଜପତିଙ୍କୁ ଭେଟି ପ୍ରଦାନ କରିଥିଲେ।

ସେପଟେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାମନ ଜନ୍ମ ନୀତି। ଆଜି ମଧ୍ୟାହ୍ନ ଧୂପ ବଢିବା ପରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି କରାଯାଇଛି। ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Advertisment