Advertisment

ସୁନିଲ ଓ ଗିରିଶ ଡେପୁଟେସନ୍‌ରେ ବିଜେଡିକୁ ଯାଇଥିଲେ, ଏବେ ଘରକୁ ଫେରିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪ ଘଣ୍ଟା ଅନ୍ତରରେ ବିଜେପିର ଦୁଇ ଦୁଇଟି ମେଗା ମିଶ୍ରଣ ପର୍ବ। ଗୋଟିଏ ରାଜଧାନୀର ଓ ଅନ୍ୟଟି ସୁନ୍ଦରଗ଼ଡରେ। ଦିବଗଂତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପସନା ଓ ଭାଇ ଲଳିତେନ୍ଦୁ ବିଜେପିରେ ସାମିଲ ହେବା ପରେ ଆଜି ସୁନ୍ଦରଗଡରେ ପଦ୍ମ ଧରିଛନ୍ତି ହେମଗିରିର ରାଜା ସୁନିଲ କୁମାର ସିଂ ଦେଓ। ୨୦୦୯ରେ ସୁନିଲ ସୁନ୍ଦରଗଡ ସଦର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଷ୍ଟ୍ରିୟ ସଂପାଦକ ସୁରେଶ ପୂଜାରୀ ଓ ଦଳର ଅନ୍ୟ ହେଭିୱେଟଙ୍କ ଉପସ୍ଥିତିରେ ସୁନ୍ଦରଗଡରେ କରାଯାଇଛି ବିଜେପିର ମେଗା ଶୋ’ରେ ବିଜେଡି ନେତା ଗରିଶ ସାହୁ ଓ ସୁନିଲ ଶତାଧିକ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଗେରୁଆ ଟୋପି ଲଗାଇଛନ୍ତି।

ଜୁଏଲ କହିଛନ୍ତି- “ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲୋକେ ଖୁସି ଅଛନ୍ତି। ବିଜେପି ପ୍ରତି ସମର୍ଥନ ବଢୁଛି। ସେଥିପାଇଁ ଅନ୍ୟମାନେ ଆମ ଦଳରେ ଯୋଗ ଦେଉଛନ୍ତି। ଆଗକୁ ବଣାଇରେ ମିଶ୍ରଣ ପର୍ବ ହେବ।”

ବିଜେପିରେ ଯୋଗଦେବା ପରେ ସୁନିଲ କହିଛନ୍ତି- “ସାଢେ ୩ ବର୍ଷରେ ନରେନ୍ଦ୍ର ମୋଦି ସରକାର ଦେଶ ଯେତିକି ପ୍ରଗତୀ କରିଛି, ଓଡ଼ିଶା ମଧ୍ୟ ଏହି ପ୍ରଗତୀ ହାସଲ କରିବାକୁ ଯୋଗ୍ୟ। ଏଠାରେ ବିଜେଡି ସରକାର ଥିବାରୁ ଏହା ସମ୍ଭବ ହେଉନାହିଁ। ମୁଁ ନିଜେ ଗାଁକୁ ଗାଁ ଯାଇ ସଂଗଠନକୁ ଆହୁରି ଦୃଢ କରିବି।”

ସୁନିଲ ବିଜେପିକୁ ଆସିବା ମିଶ୍ରଣ ନୁହେଁ ଘର ବାହୁଡା ବୋଲି କହିଛନ୍ତି ସୁରେଶ ପୂଜାରୀ। ସେ କହିଛନ୍ତି- “ସୁନ୍ଦରଗଡ଼ର ଯେଉଁ ଦୁଇଜଣ ନେତା ଆଜି ବିଜେପିରେ ସାମିଲ ହେଲେ ସେମାନେ ପୂର୍ବରୁ ଆମ ଦଳରେ ଥିଲେ। ସେମାନେ ଡେପୁଟେସନ୍‌ରେ ବିଜେଡିକୁ ଯାଇଥିଲେ। ଏବେ ଘରକୁ ଫେରିଛନ୍ତି। ଏହା ମିଶ୍ରଣ ପର୍ବ ନୁହେଁ, ଘର ବାହୁଡା। ଯିବା ବେଳେ ଖୁଚୁରା କାର୍ଯ୍ୟକର୍ତ୍ତା ନେଇ ବିଜେଡିରେ ମିଶିଥିଲେ। ଏବେ ହୋଲସେଲ୍‌ କାର୍ଯ୍ୟକତ୍ତା ନେଇ ଘରକୁ ଫେରିଛନ୍ତି। ଏମାନଙ୍କ ଯୋଗଦାନ ସୁନ୍ଦରଗଡ଼ରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe