Advertisment

ଚାଲିଛି ଭାଗ୍ୟ ପରୀକ୍ଷା; ଭୋଟ ଦେଲେ ସୁନୀତି, ସୁଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳୁ ପୌର ନିର୍ବାଚନ ପାଇଁ ଚାଲୁଛି ମତଦାନ। ସବୁଠୁ ଚର୍ଚ୍ଚାରେ ରହିଛି  ଭୁବନେଶ୍ୱର ମେୟର  ପଦବୀ। ଏହି ପଦକୁ ହାତେଇବା ପାଇଁ ମଇଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ବିଜେପିରୁ ସୁନୀତି ମୁଣ୍ଡୁଙ୍କର ଆଜି ଭାଗ୍ୟ ପରୀକ୍ଷା ହେବ । ରାଜଧାନୀ ଭୁବନେଶ୍ୱରରେ କିଏ ପିନ୍ଧିବେ ମେୟର ମୁକୁଟ, କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ତାହା ଆସନ୍ତା […]

ଅଦ୍ୟତନ ହୋଇଛି
ଚାଲିଛି ଭାଗ୍ୟ ପରୀକ୍ଷା; ଭୋଟ ଦେଲେ ସୁନୀତି, ସୁଲୋଚନା

suniti mundu & sulocjana das

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସକାଳୁ ପୌର ନିର୍ବାଚନ ପାଇଁ ଚାଲୁଛି ମତଦାନ। ସବୁଠୁ ଚର୍ଚ୍ଚାରେ ରହିଛି  ଭୁବନେଶ୍ୱର ମେୟର  ପଦବୀ। ଏହି ପଦକୁ ହାତେଇବା ପାଇଁ ମଇଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ବିଜେପିରୁ ସୁନୀତି ମୁଣ୍ଡୁଙ୍କର ଆଜି ଭାଗ୍ୟ ପରୀକ୍ଷା ହେବ । ରାଜଧାନୀ ଭୁବନେଶ୍ୱରରେ କିଏ ପିନ୍ଧିବେ ମେୟର ମୁକୁଟ, କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ତାହା ଆସନ୍ତା ଶନିବାର ଜଣାପଡ଼ିବ ।

Advertisment

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡୁ  ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ ଯାଇ ମତଦାନ କରିଛନ୍ତି । ସେହିପରି ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍‌ରେ ମତଦାନ କରିଛନ୍ତି ।

ଭୋଟ ଦାନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ  ବୁଥ୍‌ରେ ହୋଇଥିବା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁନୀତି ମୁଣ୍ଡୁ। ଯେଉଁ ପ୍ରତିନିଧୀ ବୁଥ୍‌ ଭିତରେ ଅଛନ୍ତି, ସେମାନେ ଲୋକଙ୍କୁ  ଶଙ୍ଖରେ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି । ଏପରି ଅନ୍ୟାୟ, ଅତ୍ୟାଚାର ସବୁବେଳେ ଚାଲିଛି। ଜନସାଧାରଣ ନ୍ୟାୟ କରିବେ ବୋଲି ଆଶା ରଖିଥିବା କହିଛନ୍ତି ସୁନୀତି। 

Advertisment

ଦିନେ କଲମ ଚଲାଉଥିଲି, ଏବେ ଦେଶ ତଥା ସମାଜ ପାଇଁ କିଛି କରିବା ଆଶା ନେଇ  କମଳ ଧରିଛି। ଏହି ଦଳ ମାଧ୍ୟମରେ ଲୋକଙ୍କ ପାଇଁ କିଛି ଆଶା ଥିବା କହିଛନ୍ତି ସୁନୀତି।  ଏଥିସହ ଲୋକ ମାନେ ବହୁମାତ୍ରାରେ ଆସି ନିଜର ମତଦାନ କରୁଥିବାରୁ ବେଶ୍‌ ଖୁସି ଲାଗୁଛି । ଲୋକେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ନିହାତି ଦରକାର ବୋଲି ସେ ଅନୁରୋଧ କରିଛନ୍ତି । 

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍‌ରେ ମତଦାନ କରିଛନ୍ତି । ସେ ସାଧାରଣ ଜନତାଙ୍କ ମଧ୍ୟରେ ଛିଡା ରହି ମତଦାନ କରିଥିବାର ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ, ସମସ୍ତେ ଭୋଟ ଦେଇ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରନ୍ତୁ।

ସେମାନଙ୍କ ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ ପାଣ୍ଡିଆନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ବିଭିନ୍ନ ବୁଥ୍‌ରେ ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି।

Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe