କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୦କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟାବିଶିଷ୍ଟ ଏକ ଅତ୍ୟାଧୁନିକ ସୁପର ମଲଟି ସ୍ପେଶାଲିଷ୍ଟ ଦାତବ୍ୟ ହସ୍ପିଟାଲ ପ୍ରତିଷ୍ଠା ହେବ। ଆସନ୍ତା ସୋମବାର ଡେରାବିଶ ବ୍ଲକର ରଜାଙ୍ଗଠାରେ ଏହି ହସ୍ପିଟାଲ ସ୍ଥାପନ ପାଇଁ ଭୂମିପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ ଏହି ହସ୍ପିଟାଲ ସ୍ଥାପନ ହେଉଛି ଓ ପାଟକୁରାର ବିଜେପି ନେତା ତେଜେଶ୍ୱର ପରିଡ଼ା ନିଜ ସୋସିଆଲ ମିଡିଆରେ ଏ ସୂଚନା ଦେଇଛନ୍ତି।
କେନ୍ଦ୍ରାପଡ଼ାର ରଜାଙ୍ଗଠାରେ ହେବ ହସ୍ପିଟାଲ
ସୂଚନା ଅନୁସାରେ, ଆସନ୍ତା ସୋମବାର ଏହି ଅତ୍ୟାଧୁନିକ ସୁପର ମଲଟି ସ୍ପୋଶାଲିଷ୍ଟ ହସ୍ପିଟାଲ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ। Kendrapada ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଂଚାୟତର ରଜାଙ୍ଗଠାରେ ଶ୍ରୀସତ୍ୟ ସାଇ ବାବାଙ୍କ ଉତ୍ତରାଧିକାରୀ ପୂଜ୍ୟ ସ୍ୱାମୀଜୀ ମଧୁସୂଦନ ସାଇ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଶ୍ରୀ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ଏହି ସୁପର ମଲ୍ଟି ସ୍ପେଶାଲିଟି ଦାତବ୍ୟ ଚିକତ୍ସାଳୟ ସ୍ଥାପନ ହେବ। ସାଂସଦ ଶ୍ରୀ ପଣ୍ଡାଙ୍କ ଉଦ୍ୟମ ଓ ପରିଶ୍ରମ ଫଳରେ ଏହି ବୃହତ୍ ସ୍ୱାସ୍ଥ୍ୟ ପ୍ରକଳ୍ପ ସମ୍ଭବପର ହେବାକୁ ଯାଉଥିବା ଜଣାପଡ଼ିଛି।
ମାଗଣାରେ ମିଳିବ ସମସ୍ତ ଅତ୍ୟାଧୁନିକ ଚିକିତ୍ସା
ଏହି ଦାତବ୍ୟ ସୁପର ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ସମସ୍ତ ପ୍ରକାର ଆଧୁନିକ ଓ ଉନ୍ନତମାନର ଚିକିତ୍ସା ସୁବିଧା ମାଗଣାରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ତଥା ଆଖପାଖ ଅଂଚଳର ଲୋକମାନେ ଆଉ ଜଟିଳ ରୋଗର ଚିକିତ୍ସା ପାଇଁ ବାହାର ସହର ଉପରେ ନିର୍ଭର କରିବେ ନାହିଁ।
କେବଳ କେନ୍ଦ୍ରାପଡ଼ା ନୁହଁନ୍ତି ରାଜ୍ୟର ବିଭିନ୍ନ ଭାଗରୁ ଗରିବ ରୋଗୀମାନେ ଏଠାରେ ଅତ୍ୟାଧୁନିକ ଚିିକିତ୍ସା ସୁବିଧା ପାଇପାରିବେ। କେନ୍ଦ୍ରାପଡ଼ାରେ ସରକାରୀ ମେଡିକାଲ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି।
ସୂଚନାଯୋଗ୍ୟ, ସାଂସଦ ଶ୍ରୀ ପଣ୍ଡା ଦୀର୍ଘବର୍ଷ ଧରି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରିଆସୁଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us