Odisha-Secretariat
ଭୁବନେଶ୍ଵର : ୨୦୧୮-୧୯ ଆର୍ଥିକ ଵର୍ଷର ଅତିରିକ୍ତ ଵଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨୭୬୮ କୋଟି ଟଙ୍କାର ଅତିରିକ୍ତ ଵଜେଟକୁ ମଞ୍ଜୁରୀ ମିଳିଛି।
ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିବା ୨ଟି ନୂଆ ଯୋଜନା - ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଓ ନିଜସ୍ଵ ଖାଦ୍ୟ ଯୋଜନା ପାଇଁ ଅର୍ଥ ବରାଦ କରିଥିବା ଜଣାପଡିଛି।
ସେହିପରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପାଇଁ ମଧ୍ୟ ଅର୍ଥ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ବିଳମ୍ବରେ ଆସିବାରୁ ମନ୍ତ୍ରୀ ପରିଷଦର ବୈଠକ ପ୍ରାୟ ୮ମିନିଟ୍ ବିଳମ୍ବରେ ଅନୁଷ୍ଠିତ ହୋଇଥିଲା।
ଚଳିତ ଆର୍ଥିକ ବର୍ଷରେ ମୋଟ ବଜେଟ ପରିମାଣ ୧.୩୨ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/07/Odisha-Secretariat.jpg)