ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୋଲାଭରମ୍ ମାମଲାର ଆଜି ସୁପ୍ରମିକୋର୍ଟରେ ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ମାଗିଥିବା ବ୍ୟାକ୍ ୱାଟର୍ ଷ୍ଟଡି ରିପୋର୍ଟ ଉପରେ କେନ୍ଦ୍ର ସରକାର ମତ ରଖିଥିଲେ। ଏହାପରେ ନଭେମ୍ବର ୧୫ ତାରିଖରେ ପୋଲାଭରମ୍ ମାମଲାର ଚୂଡ଼ାନ୍ତ ଶୁଣାଣି କରାଯିବାକୁ କୋର୍ଟ ରାୟ ଦେଇଛନ୍ତି।
ପରିବେଶ ଆଇନ ଉଲ୍ଲଂଘନ ନେଇ ଓଡ଼ିଶାର ଆବେଦନ ଉପରେ ଗତକାଲି କୋର୍ଟ ଶୁଣାଣି କରିଥିଲେ। ପ୍ରକଳ୍ପର ଜଳଧାରଣ କ୍ଷମତା ବୃଦ୍ଧି କରାଯାଇଥିବାରୁ ଆଉ ଥରେ ବ୍ୟାକ୍ ୱାଟର୍ ଷ୍ଟଡି କରାଯାଇଥିଲା ନା ନାହିଁ ଜଣାଇବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।
ଆଜି କେନ୍ଦ୍ର ତା’ର ପକ୍ଷ ରଖିଥିଲା। ୨୦୧୧ରେ ଗୋପାଳ କୃଷ୍ଣ କମିଟି ବ୍ୟାକ୍ ୱାଟର ଷ୍ଟଡି କରି ରିପୋର୍ଟ ଦେଇଥିବାରୁ ଆଉ ଥରେ ଏହା କରାଯିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଜଣାଇଥିଲେ। ଏହାପରେ କୋର୍ଟ ନଭେମ୍ବର ୧୫ ତାରିଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।