Advertisment

‘ସରକାର ଆଉ ଲକଡାଉନ୍, ଶଟଡାଉନ କରନ୍ତୁ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ଅନଲକ୍-୩ ଘୋଷଣା ପରେ ଓଡିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ। ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ କରିବାକୁ ଦିଆଯାଉ। ଜୀବନ ସହ ଜୀବିକା ଆହୁରି ଗୁରୁତ୍ୱପୂର୍ଣ୍ଣ । ତେଣୁ ସରକାର ଲକଡାଉନ୍ ଓ ଶଟଡାଉନ୍‌ ଆଉ କରନ୍ତୁ ନାହିଁ। ଏପରି କହିଛନ୍ତି କଂଗ୍ରେସ ବିଧାୟକ ବିଧାୟକ ସୁରେଶ କୁମାର ରାଉତରାୟ। ସେ ଆହୁରି କହିଛନ୍ତି,“କରୋନା ଗାଇଡ୍ ଲାଇନ୍ ଓ କଟକଣା ସହ ସମସ୍ତ କାର୍ଯ୍ୟ କରାଯାଉ। ଜିମ୍‌ରୁ […]

ଅଦ୍ୟତନ ହୋଇଛି
‘ସରକାର ଆଉ ଲକଡାଉନ୍, ଶଟଡାଉନ କରନ୍ତୁ ନାହିଁ’

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରର ଅନଲକ୍-୩ ଘୋଷଣା ପରେ ଓଡିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ। ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ କରିବାକୁ ଦିଆଯାଉ। ଜୀବନ ସହ ଜୀବିକା ଆହୁରି ଗୁରୁତ୍ୱପୂର୍ଣ୍ଣ । ତେଣୁ ସରକାର ଲକଡାଉନ୍ ଓ ଶଟଡାଉନ୍‌ ଆଉ କରନ୍ତୁ ନାହିଁ। ଏପରି କହିଛନ୍ତି କଂଗ୍ରେସ ବିଧାୟକ ବିଧାୟକ ସୁରେଶ କୁମାର ରାଉତରାୟ।

Advertisment

ସେ ଆହୁରି କହିଛନ୍ତି,“କରୋନା ଗାଇଡ୍ ଲାଇନ୍ ଓ କଟକଣା ସହ ସମସ୍ତ କାର୍ଯ୍ୟ କରାଯାଉ। ଜିମ୍‌ରୁ ଆରମ୍ଭ କରି ସବୁ ଅନୁଷ୍ଠାନଗୁଡ଼ିକୁ ରାଜ୍ୟରେ  ଖୋଲିବାକୁ ଅନୁମତି ଦିଆଯାଉ।”

ସେହିପରି ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିଧାୟକଙ୍କୁ କହିବାକୁ ଦିଆଗଲା ନାହିଁ କିମ୍ବା ବିଧାୟକଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ। କେବଳ ପ୍ରଚାର ଓ ପ୍ରସାର ପାଇଁ ଲୋକ ଦେଖାଣିଆ ଭାବେ ବିଧାୟକଙ୍କୁ ବୈଠକକୁ ଡକାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe