Advertisment

‘ନରସିଂହ-ନିରଞ୍ଜନ କଥା ହେଲେ, ଆମକୁ ଓହରିଯିବାକୁ କହିଲେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପରୀ’ ପ୍ରସଙ୍ଗରେ ବିଜେପି ତା’ର ଅଭିଯାନ ଚଲାଇଥିବା ବେଳେ ଏସ୍‌ଆଇଟ୍ ତଦନ୍ତରେ ସନ୍ତୁଷ୍ଟ ଥିବା କଂଗ୍ରେସରେ ଦେଖାଯାଇଛି ଭିନ୍ନ ଭିନ୍ନ ମତ। ସରକାରଙ୍କ ଏସ୍‌ଆଇଟି ତଦନ୍ତରେ ଖୁସି ନଥିବା ନେଇ ଭିନ୍ନ ମତ ରଖିଛନ୍ତି କଂଗ୍ରେସର ଦୁଇ ବରିଷ୍ଠ ନେତା ସୁରେଶ ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜା। ସୁର ରାଉତରାୟ କହିଛନ୍ତି, ଏ ପ୍ରସଙ୍ଗରେ ପ୍ରଥମେ ବିଜେପି ଓ କଂଗ୍ରେସ ବିଧାୟକ ମିଶି ବିଧାନସଭାରେ ହୋହଲ୍ଲା କଲୁ। କିନ୍ତୁ ଠିକ୍ ଦୁଇ ଦିନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
‘ନରସିଂହ-ନିରଞ୍ଜନ କଥା ହେଲେ, ଆମକୁ ଓହରିଯିବାକୁ କହିଲେ’

sura-on-pari-case

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ପରୀ’ ପ୍ରସଙ୍ଗରେ ବିଜେପି ତା’ର ଅଭିଯାନ ଚଲାଇଥିବା ବେଳେ ଏସ୍‌ଆଇଟ୍ ତଦନ୍ତରେ ସନ୍ତୁଷ୍ଟ ଥିବା କଂଗ୍ରେସରେ ଦେଖାଯାଇଛି ଭିନ୍ନ ଭିନ୍ନ ମତ। ସରକାରଙ୍କ ଏସ୍‌ଆଇଟି ତଦନ୍ତରେ ଖୁସି ନଥିବା ନେଇ ଭିନ୍ନ ମତ ରଖିଛନ୍ତି କଂଗ୍ରେସର ଦୁଇ ବରିଷ୍ଠ ନେତା ସୁରେଶ ରାଉତରାୟ ଓ ସନ୍ତୋଷ ସିଂହ ସାଲୁଜା।

Advertisment

ସୁର ରାଉତରାୟ କହିଛନ୍ତି, ଏ ପ୍ରସଙ୍ଗରେ ପ୍ରଥମେ ବିଜେପି ଓ କଂଗ୍ରେସ ବିଧାୟକ ମିଶି ବିଧାନସଭାରେ ହୋହଲ୍ଲା କଲୁ। କିନ୍ତୁ ଠିକ୍ ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି  ଗଠନ କରିବାକୁ ନିର୍ଦ୍ଦେଶ ଦେଲେ। ଏହାପରେ ଆମ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ। ଏସଆଇଟି ଗଠନ ହେଲା ଆମେ ଓହରିଯିବା। ତେଣୁ ଆମେ ନରସିଂହ ମିଶ୍ରଙ୍କ କଥା ମାନି ଓହରି ଗଲୁ।

ସେ ଆହୁରି କହିଛନ୍ତି, ଏ ପ୍ରସଙ୍ଗରେ ପିସିସି ସଭାପତି ପ୍ରତି ଜିଲ୍ଲାରେ ଘେରଉ କରିବାକୁ କହିଥିଲେ। କିନ୍ତୁ ନରସିଂହ ମିଶ୍ର ଏବଂ ନିରଞ୍ଜନ ପଟ୍ଟନାୟକ କଥା ହେଲେ। ଏସଆଇଟି ଗଠନ ନିଷ୍ପତ୍ତି ପରେ ଆନ୍ଦୋଳନ କରିବା ଦରକାର ନାହିଁ ବୋଲି କହିଲେ। ତେଣୁ ଆମେ ଓହରି ଗଲୁ। ଏଥିରେ ମୁଁ କିନ୍ତୁ ଖୁସି ନୁହେଁ।

Advertisment

ସୁର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ନରସିଂହ ମିଶ୍ର ଓହରି ଗଲେ। କରଣ ଏବଂ ବ୍ରାହ୍ମଣ ଏକ। ଦୁଇ ଜଣଙ୍କ ଭାରି ଯୋଡ଼ି।  ଝାଡୁକୁ ବାଜା ଫେଣ୍ଟା ଫେଣ୍ଟି ହୋଇ ଅଛନ୍ତି । ଆମେ ଚଷା ଏବଂ ଓବିସି ଲୋକ ମଲୁ । ତଳସ୍ତରରୁ ଆମେ ସ୍ୱର ଉଠାଇବୁ। ଅନ୍ୟାୟ ବିରୋଧରେ ସଂଗ୍ରାମ କରିବୁ।

ସେହିପରି ବିଧାନସଭା ଶୀତ ଅଧିବେଶନ ଆଗୁଆ ବନ୍ଦ ହେବା ପ୍ରସଙ୍ଗରେ ମଧ୍ୟ ସୁର କହିଛନ୍ତି,  ମୁଁ ପ୍ରବଳ ମର୍ମାହତ। ବାଚସ୍ପତିଙ୍କ ଉପରେ ମୁଁ ଦୁଃଖିତ। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ପ୍ରତିଦିନ ଏଠି ହତ୍ୟା, ଡକାୟତ, ଚୋରୀ, ଦୁଷ୍କର୍ମ ଭଳି ଘଟଣା ଘଟୁଛି। ନିଯୁକ୍ତି ନାହିଁ, ବେକାର ସମସ୍ୟା ବଢ଼ିଗଲାଣି। ଦରଦାମ ଆକଶ ଛୁଆଁ ହେଲାଣି। ଏହି ସମୟରେ ଏକ ମାସ ପୂର୍ବରୁ ବିଧାନସଭା ବନ୍ଦ କରିଦେବା ଆଦୌ ଗ୍ରହଣୀୟ ନୁହଁ ବୋଲି ସୁର କହିଛନ୍ତି।