Advertisment

‘ପୁଲିସକୁ କାହିଁକି ଗିରଫ କରୁନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କ୍ରାଇମବ୍ରାଞ୍ଚର ଗିରଫଦାରୀକୁ ନେଇ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ଏଭଳି ଗିରଫଦାରୀ ଅନ୍ୟାୟ । କେବଳ ଓଟିଭି ଷ୍ଟାଫଙ୍କୁ ଗିରଫ କରୁଛ। ପୁଲିସଙ୍କୁ କାହିଁକି ଗିରଫ କରାଯାଉନି। ଏଥିରୁ ଜଣାପଡ଼ୁଛି ପ୍ରମାଣ ନାହିଁ, କେବଳ ପବ୍ଲିସିଟି ପାଇଁ ଗିରଫଦାରି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଓଡ଼ିଶାରେ କଂଗ୍ରେସକୁ ଉଠାଇବାକୁ ସୁର ଦେଲେ ଫର୍ମୁଲା

congress

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସେ କ୍ରାଇମବ୍ରାଞ୍ଚର ଗିରଫଦାରୀକୁ ନେଇ ଜୋରଦାର ବର୍ଷିଛନ୍ତି ।

Advertisment

ସେ କହିଛନ୍ତି, ଏଭଳି ଗିରଫଦାରୀ ଅନ୍ୟାୟ । କେବଳ ଓଟିଭି ଷ୍ଟାଫଙ୍କୁ ଗିରଫ କରୁଛ। ପୁଲିସଙ୍କୁ କାହିଁକି ଗିରଫ କରାଯାଉନି। ଏଥିରୁ ଜଣାପଡ଼ୁଛି ପ୍ରମାଣ ନାହିଁ, କେବଳ ପବ୍ଲିସିଟି ପାଇଁ ଗିରଫଦାରି ଚାଲିଛି। ଠିକ୍‌ ଭାବେ ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ପୁଲିସ ପୁଲିସକୁ ଚିହ୍ନଟ କରିପାରୁନି। ଏହା ଚାପ ବ୍ୟତୀତ ଆଉ କିଛି ନୁହେଁ। ଗୋଟେ ମିଡିଆକୁ ଦବେଇ ଦେବା ପାଇଁ ଏପରି କାର୍ଯ୍ୟକ୍ରମ ଚାଲିଛି ବୋଲି ସେ କହିଛନ୍ତି ।

ସେପଟେ ଗିରଫଦାରିକୁ ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି-ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ, ଏହା ସିଲେକ୍ଟିଭ୍‌ ପ୍ରସିକ୍ୟୁସନ୍‌। ଧାରଣା ହେଲାଣି ପୁଲିସ ଲଗାଇ ଯାହା କିଛି କରିପାରିବୁ। ପୁଲିସ ଫୌଜଦାରୀ ମାମଲାର ପୃଷ୍ଠପୋଷକ ସାଜୁଛନ୍ତି। ସେମାନେ ଅପରାଧକୁ ଚପାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି। ଓଟିଭି ସରକାରଙ୍କ ବାବଦରେ ଖବର ଦେଖାଉଥିବାରୁ କ୍ଷୁବ୍ଧ। କିଏ ସେମାନଙ୍କୁ ପରାମର୍ଶ ଦେଉଛି ଜାଣିନି, ପରିଣାମ କିନ୍ତୁ ଭୟାନକ ହେବ ବୋଲି ବରିଷ୍ଠ ଆଇନଜୀବୀ କହିଛନ୍ତି ।

Advertisment
Sura Routray