Advertisment

ମାଟ୍ରିକ୍‌ ପାସ୍‌ କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପେଣ୍ଟିଂରେ ରଖିଲେ ୮୫

ଭଞ୍ଜନଗର(ରାଜେଶ ପଣ୍ଡା): ମାଟ୍ରିକ୍‌ ପାସ କଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ସେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାରେ ଚିତ୍ରାଙ୍କନ(ପେଣ୍ଟିଂ)ରେ ୮୫ ନମ୍ୱର ରଖିଛନ୍ତି। ଏଥିରୁ ଗୋଟିଏ କଥା  ସତ ଯେ ରାଜନେତାରୁ ମାଟ୍ରିକ୍‌ ଛାତ୍ର ହୋଇଥିବା ଶ୍ରୀ ସ୍ୱାଇଁ ଭଲ ଚିତ୍ର ଆଙ୍କନ୍ତି! ରାଜନୀତିରେ ବ୍ୟସ୍ତ ଥିବା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ସେ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଶ୍ରୀ ସ୍ୱାଇଁ […]

ଅଦ୍ୟତନ ହୋଇଛି
ମାଟ୍ରିକ୍‌ ପାସ୍‌ କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପେଣ୍ଟିଂରେ ରଖିଲେ ୮୫

Purna-chandra-Swani

Advertisment

ଭଞ୍ଜନଗର(ରାଜେଶ ପଣ୍ଡା): ମାଟ୍ରିକ୍‌ ପାସ କଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ସେ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାରେ ଚିତ୍ରାଙ୍କନ(ପେଣ୍ଟିଂ)ରେ ୮୫ ନମ୍ୱର ରଖିଛନ୍ତି। ଏଥିରୁ ଗୋଟିଏ କଥା  ସତ ଯେ ରାଜନେତାରୁ ମାଟ୍ରିକ୍‌ ଛାତ୍ର ହୋଇଥିବା ଶ୍ରୀ ସ୍ୱାଇଁ ଭଲ ଚିତ୍ର ଆଙ୍କନ୍ତି!

Advertisment

ରାଜନୀତିରେ ବ୍ୟସ୍ତ ଥିବା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ସେ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଶ୍ରୀ ସ୍ୱାଇଁ ୫୦୦ ମାର୍କରୁ ୩୪୦ ନମ୍ୱର ରଖି B2 ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ସେ ଇଂରାଜୀରେ ୪୪, ଓଡ଼ିଆରେ ୬୭, ସୋସିଆଲ୍‌ ସାଇନ୍ସରେ ୬୧, ହୋମ୍‌ ସାଇନ୍ସରେ ୮୩ ଓ ପେଣ୍ଟିଂରେ ୮୫ ନମ୍ୱର ରଖିଛନ୍ତି।

ଗତକାଲି ପ୍ରକାଶ ପାଇଥିଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ। ୬୬୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା। ୧୦୮୬ ଜଣ ପିଲା ଅନୁପସ୍ଥିତ ରହିଥିଲେ। କପି କରି ୧୪ ଜଣ ଧରାପଡ଼ିଥିଲେ। ତେବେ ଅଫ୍‌ଲାଇନ୍‌ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ୧୪୧ ଜଣ ଫେଲ୍‌ ହୋଇଛନ୍ତି। A1 ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ। ସେହିପରି A2-୨୫୫, B1- ୩୪୮, B2- ୪୫୮, C-୫୯୯, D- 846, E-୨୬୮୫, F- ୧୪୧।

Advertisment

ସେହିପରି ଷ୍ଟେଟ୍‌ ଓପ୍‌ନ ସ୍କୁଲ୍‌ ଅଫ୍‌ଲାଇନ୍‌ ପରୀକ୍ଷା ୮୪୯୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ। ସେମାନଙ୍କ ଭିତରୁ ୧୩୩୮୧ ଅନୁପସ୍ଥିତ ରହିଥିଲେ। କପି କରି ୧୯ ଜଣ ଧରା ପଡ଼ିଥିଲେ। ୬୩୦୯ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୭୪.୩ % ରହିଛି। A1ରେ କୌଣସି ପିଲା ପାସ୍‌ କରିନାହାନ୍ତି। A2ରେ ୧୭, B1ରେ ୧୯୪, B2ରେ୩୪୭, C-୮୧୬, D-୧୪୨୫, E-୩୫୧୦ ଜଣ ପାସ୍‌ କରିଛନ୍ତି। ଫେଲ୍‌ ହୋଇଛନ୍ତି ୩୨୮ ଛାତ୍ରଛାତ୍ରୀ। ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି। ସେହିପରି ମଧ୍ୟମାରେ ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମସ୍ତେ ପାସ୍‌ କରିଛନ୍ତି।

Matric Result Odisha 10th Board Result 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe