Advertisment

୩୪ ବର୍ଷ ତଳେ ଓଡ଼ିଶାରେ କେମିତି ଥିଲା ପଞ୍ଚାୟତ ନିର୍ବାଚନ ମାହୋଲ୍‌?

ବାସୁଦେବପୁର (କିରୀଟି ଦାସ): ୩୪ ବର୍ଷ ତଳେ ଓଡ଼ିଶାରେ କେମିତି ଥିଲା ପଞ୍ଚାୟତ ନିର୍ବାଚନ ମାହୋଲ୍‌? ପ୍ରାର୍ଥୀମାନେ କେମିତି କରୁଥିଲେ ପ୍ରଚାର? ଭୋଟର ପ୍ରାର୍ଥୀଙ୍କ ପାଖକୁ ଯାଉଥିଲେ ନା ପ୍ରାର୍ଥୀ ଭୋଟରଙ୍କ ପାଖକୁ ଯାଉଥିଲେ। ସେ ସମୟର ଏମିତି ଅନେକ ରୋଚକ କଥା ଆଜି ମନଖୋଲି ବଖାଣିଛନ୍ତି ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ସରପଞ୍ଚ ଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବରଣ୍ଡୁଆ ପଞ୍ଚାୟତ ସୁରେନ୍ଦ୍ର ପ୍ରସାଦ ପଣ୍ଡା। ବର୍ତ୍ତମାନ ନିର୍ବାଚନ ମାହୋଲକୁ ଦେଖି ସେ କ୍ଷୋଭ ପ୍ରକାଶ […]

୩୪ ବର୍ଷ ତଳେ ଓଡ଼ିଶାରେ କେମିତି ଥିଲା ପଞ୍ଚାୟତ ନିର୍ବାଚନ ମାହୋଲ୍‌?

Surendra Panda

Advertisment

ବାସୁଦେବପୁର (କିରୀଟି ଦାସ): ୩୪ ବର୍ଷ ତଳେ ଓଡ଼ିଶାରେ କେମିତି ଥିଲା ପଞ୍ଚାୟତ ନିର୍ବାଚନ ମାହୋଲ୍‌? ପ୍ରାର୍ଥୀମାନେ କେମିତି କରୁଥିଲେ ପ୍ରଚାର? ଭୋଟର ପ୍ରାର୍ଥୀଙ୍କ ପାଖକୁ ଯାଉଥିଲେ ନା ପ୍ରାର୍ଥୀ ଭୋଟରଙ୍କ ପାଖକୁ ଯାଉଥିଲେ। ସେ ସମୟର ଏମିତି ଅନେକ ରୋଚକ କଥା ଆଜି ମନଖୋଲି ବଖାଣିଛନ୍ତି ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ସରପଞ୍ଚ ଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ବରଣ୍ଡୁଆ ପଞ୍ଚାୟତ ସୁରେନ୍ଦ୍ର ପ୍ରସାଦ ପଣ୍ଡା। ବର୍ତ୍ତମାନ ନିର୍ବାଚନ ମାହୋଲକୁ ଦେଖି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଆଉ କହିଛନ୍ତି, ସେ ସମୟର ରାଜନୀତି ଆଉ ଏବେ ନାହିଁ।

Advertisment

ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତ ମଧୁସୂଦନପୁର ଗାଁର ସୁରେନ୍ଦ୍ର ପ୍ରସାଦ ପଣ୍ଡା। ବୟସ ୮୪ ଟପିଲାଣି। ୧୯୮୪ ମସିହାରେ ପଞ୍ଚାୟତ ନିର୍ବାଚନ ଲଢ଼ି ସରପଞ୍ଚ ହୋଇଥିଲେ। ସେ ସମୟରେ ତାଙ୍କ ବିରୋଧରେ ଦୁଇଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ।

ନିର୍ବାଚନ ପ୍ରଚାର ସମ୍ପର୍କରେ ଶ୍ରୀ ପଣ୍ଡା କୁହନ୍ତି, ମାତ୍ର ୪ରୁ ୫ ଜଣ କର୍ମୀଙ୍କୁ ଧରି ଘର ଘର ବୁଲି ଭୋଟ ଭିକ୍ଷା କରୁଥିଲୁ। ଯାହା ପାଖକୁ ଯାଉଥିଲୁ, ସେମାନଙ୍କଠାରୁ ଆତିଥ୍ୟ ପାଉଥିଲୁ। ସେ ସମୟରେ ଭୋଟରମାନେ ସମ୍ମାନ ଦେଉଥିଲେ। ସେ ସମୟରେ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ୧୪୦୦ ଭୋଟ୍‌ ପାଇ ବିଜୟୀ ହୋଇଥିଲି ବୋଲି ସୁରେନ୍ଦ୍ର କହିଛନ୍ତି। ବିଜୟ ପରେ କର୍ମୀ ଆଉ ସମର୍ଥକ ଖୁସି ମନାଇବାକୁ ଘରେ ଓଳିଏ ଖାଇବାକୁ ଦେଇଥିଲି।

Advertisment

ଆଗ ରାଜନୀତି ଆଉ ଏବେ ଆଉ ନାହିଁ। ପୂର୍ବରୁ ପ୍ରାର୍ଥୀ ଭୋଟରଙ୍କ ପାଖକୁ ଯାଉଥିଲେ। ଆଉ ଏବେ ଭୋଟର ପ୍ରାର୍ଥୀଙ୍କ ପାଖକୁ ଯାଉଛନ୍ତି। ଏବେ ନିର୍ବାଚନରେ ଲକ୍ଷ ଲକ୍ଷ ଟଙ୍କା ଉଡୁଛି। ଟଙ୍କା ଦେଇ ଭୋଟ କିଣା ଯାଉଛି। ଖାଇବା, ପିଇବା ଦେଇ ଭୋଟରଙ୍କୁ ସନ୍ତୁଷ୍ଟ କରାଯାଉଛି। ସେ ସମୟର ସ୍ୱଚ୍ଛ ରାଜନୀତି ଏବେ ଆଉ ନାହିଁ। ତଥାପି ଲୋଭର ବଶବର୍ତ୍ତୀ ନହୋଇ ଉଚିତ ପ୍ରାର୍ଥୀ ବାଛି ଭୋଟ ଦେବାକୁ ପରାମର୍ଶ ଦେଇଛନ୍ତି ବର୍ଷିଆନ୍‌ ରାଜନେତା ସୁରେନ୍ଦ୍ର ପଣ୍ଡା।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe