Advertisment

ସୁରେଶ ସାହୁ ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷ ପଦ ପାଇଁ ୧୪ ନମ୍ୱର ୱାର୍ଡ କାଉନସିଲର ସୁରେଶ କୁମାର ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେ ଏକମାତ୍ର ପ୍ରାର୍ଥୀଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ଅନୁଷ୍ଠିତ ନିର୍ବାଚନରେ ୧୬ ଜଣ କାନସିଲରଙ୍କ ମଧ୍ୟରୁ ମୋଟ ୧୪ ଜଣ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୁରେଶଙ୍କ ବ୍ୟତୀତ ଆଉ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ନିର୍ବାଚନ ଅଧିକାରୀ ସୁରେଶଙ୍କୁ […]

ସୁରେଶ ସାହୁ ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷ

anadapur

Advertisment

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷ ପଦ ପାଇଁ ୧୪ ନମ୍ୱର ୱାର୍ଡ କାଉନସିଲର ସୁରେଶ କୁମାର ସାହୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସେ ଏକମାତ୍ର ପ୍ରାର୍ଥୀଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ଅନୁଷ୍ଠିତ ନିର୍ବାଚନରେ ୧୬ ଜଣ କାନସିଲରଙ୍କ ମଧ୍ୟରୁ ମୋଟ ୧୪ ଜଣ ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସୁରେଶଙ୍କ ବ୍ୟତୀତ ଆଉ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ନିର୍ବାଚନ ଅଧିକାରୀ ସୁରେଶଙ୍କୁ ପୌରପରିଷଦ ଉପାଧ୍ୟକ୍ଷ ଭାବେ ଘୋଷଣା କଲେ।

Advertisment

ଉପାଧ୍ୟକ୍ଷ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ବେହେରା ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ନିବାର୍ଚନ କମିଶନ ଏହି ପଦ ପାଇଁ ପୁଣି ନିର୍ବାଚନ କରିବାକୁ କହିଥିଲେ। ଆଜି ଦିନ ୧୦ଟାରୁ ୧୧ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ଓ ୧ଟା ୩୦ରେ ଭୋଟ୍‌ ଗ୍ରହଣ ପାଇଁ ସମୟ ସ୍ଥିର କରାଯାଇଥିଲା।

ଆନନ୍ଦପୁର ଉପଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କୁ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Advertisment

ନିର୍ବାଚନ ଜିତିବା ପରେ ସୁରେଶ ସାହୁ କହିଛନ୍ତି,“ ଆଜି ପୌରପରିଷଦ ଉପାଧ୍ୟକ୍ଷ ପାଇ ନିର୍ବାଚନ ହୋଇଥିଲା। ଏଥିରେ ମୋତେ ସବୁ କାଉନସିଲର ଭାଇ ଓ ଭଉଣୀମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ କରିଛନ୍ତି। ତେଣୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।”

ଆନନ୍ଦପୁର ଉପଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ କହିଛନ୍ତି, “ଆନନ୍ଦପୁର ପୌରପରିଷଦ ଉପାଧ୍ୟକ୍ଷ ପଦ ପାଇଁ ଆଜି ଉପ ନିର୍ବାଚନ ଥିଲା। ୧୪ ନମ୍ୱର ୱାର୍ଡର କାଉନସିଲର ସୁରେଶ ସାହୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦ୍ୱିତୀୟ ବ୍ୟକ୍ତିଭାବେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ବିନା ନିର୍ବାଚନରେ ସୁରେଶଙ୍କୁ ନିର୍ବାଚିତ ଘୋଷଣା କରାଗଲା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe