Advertisment

ବିସ୍ମୟ ବାଳକ ବିରଜା: ୬ବର୍ଷ ବୟସରେ ଗାଉଛନ୍ତି ଗୀତା, ଭାଗବତ

ଯାଜପୁର(ଗୁଲାମ ଗସ୍‌): ବୟସ ମାତ୍ର ୬। ଆଉ ଏ ବୟସରେ ଅ-ଆ, କ-ଖ ଘୋଷିବା ବଦଳରେ ସେ ଗାଉଛନ୍ତି ଗୀତା ଓ ଭାଗବତ। ପଦ ପରେ ପଦ ଛନ୍ଦି ସେ ଗୀତା ଓ ଭାଗବତର ଲେଖା ଗୁଡ଼ିକୁ ଯେଉଁଭଳି ଢଙ୍ଗରେ ଗାଉଛନ୍ତି, ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ନାଁ ବିରଜା ଶଙ୍କର। ତାଙ୍କ ଘର ଯାଜପୁର ଜିଲ୍ଲା ରୁଦ୍ରପୁର ପଞ୍ଚାୟତର ବଡ଼ବାଗ ସାହିରେ। ପ୍ରଥମ ଶ୍ରେଣୀରେ ପଢୁଥିବା ବିରଜାଙ୍କ ବାପା ଚେନ୍ନାଇର ଏକ ଘରୋଇ […]

ବିସ୍ମୟ ବାଳକ ବିରଜା: ୬ବର୍ଷ ବୟସରେ ଗାଉଛନ୍ତି ଗୀତା, ଭାଗବତ

biraja

Advertisment

ଯାଜପୁର(ଗୁଲାମ ଗସ୍‌): ବୟସ ମାତ୍ର ୬। ଆଉ ଏ ବୟସରେ ଅ-ଆ, କ-ଖ ଘୋଷିବା ବଦଳରେ ସେ ଗାଉଛନ୍ତି ଗୀତା ଓ ଭାଗବତ। ପଦ ପରେ ପଦ ଛନ୍ଦି ସେ ଗୀତା ଓ ଭାଗବତର ଲେଖା ଗୁଡ଼ିକୁ ଯେଉଁଭଳି ଢଙ୍ଗରେ ଗାଉଛନ୍ତି, ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କ ନାଁ ବିରଜା ଶଙ୍କର। ତାଙ୍କ ଘର ଯାଜପୁର ଜିଲ୍ଲା ରୁଦ୍ରପୁର ପଞ୍ଚାୟତର ବଡ଼ବାଗ ସାହିରେ।

Advertisment

ପ୍ରଥମ ଶ୍ରେଣୀରେ ପଢୁଥିବା ବିରଜାଙ୍କ ବାପା ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ତାଙ୍କ ମା’ ଭିନ୍ନକ୍ଷମ। ସେ ଠିକ୍‌ ଭାବେ କଥାବାର୍ତ୍ତା କରିପାରନ୍ତି ନାହିଁ। ସେ ଠିକ୍‌ ଭାବେ ଲାଳନ ପାଳନ କରିପାରୁ ନଥିଲେ ବୋଲି ବିରଜାଙ୍କୁ ତାଙ୍କ ମାମୁ ଘରେ ଛାଡ଼ି ଦିଆଯାଇଥିଲା। ପିଲାଦିନୁ ବିରଜା ମାଆ ସ୍ନେହ କମ୍‌ ଓ ଆଈ ମା'ର ଆଦର ଅଧିକ ପାଇଛନ୍ତି। ଆଈ ମା’ ଯୁଆଡେ ଯାଆନ୍ତି, ବିରଜା ତାଙ୍କ ପଛେ ପଛେ ବୁଲନ୍ତି। ତାଙ୍କ ଆଈ ମା’ ପ୍ରତିଦିନ ସକାଳେ  ଗୀତା ଓ ଭାଗବତ ପଢ଼ନ୍ତି। ଆଉ ବିରଜା ତାଙ୍କ ପାଖରେ ବସି ଏହାକୁ ମନଧ୍ୟାନ ଦେଇ ଶୁଣନ୍ତି। ଏସବୁ ଶୁଣି ଶୁଣି ସେ ପୂରା ମନେ ରଖି ଦେଇଛନ୍ତି ଏବଂ ଏବେ ସେ ବହି ନ ଦେଖି  ଗୀତା ଓ ଭାଗବତର ଧାଡ଼ିଗୁଡ଼ିକୁ ଅନର୍ଗଳ ଗାଉଛନ୍ତି।  ଏତେ କମ୍‌ ବୟସରୁ ଏମିତି ପ୍ରତିଭା ଦେଖି ଗାଁ ଲୋକେ ବିରଜାଙ୍କୁ ବିସ୍ମୟ ବାଳକ ବୋଲି କହୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe