Advertisment

Crime: କଟକ ନୂଆ ବଜାର ଡବଲ ମର୍ଡର ମାମଲାରେ ସୁଶାନ୍ତ ଧଳସାମନ୍ତ ନିର୍ଦ୍ଦୋଷ

୨୦୦୯ କଟକ ନୂଆ ବଜାର ମାଛ ମାର୍କେଟ ଡବଲ ମର୍ଡର ଘଟଣାରେ ସୁଶାନ୍ତ ଧଳସାମନ୍ତ ନିର୍ଦୋଷରେ ଖଲାସ। ଟିଟୁଆ ଓ ଲିଟୁଆ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କଟକ ପ୍ରଥମ ଅତରିକ୍ତ ଜିଲା ଦୌରା ଜଜ ।

Dhala1
Advertisment

୨୦୦୯ କଟକ ନୂଆ ବଜାର ମାଛ ମାର୍କେଟ ଡବଲ ମର୍ଡର ଘଟଣାରେ ସୁଶାନ୍ତ ଧଳସାମନ୍ତ ନିର୍ଦୋଷରେ ଖଲାସ। ଟିଟୁଆ ଓ ଲିଟୁଆ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କଟକ ପ୍ରଥମ ଅତରିକ୍ତ ଜିଲା ଦୌରା ଜଜ ।

Advertisment

୨୦୦୯ ମସିହା ଡିସେମ୍ବର ୧୧ ତାରିଖରେ ଚାଉଳିଅଗଞ୍ଜ ଥାନା ନୂଆବଜାର ମାଛ ମାର୍କେଟରେ ଟିଟୁଆ ଓରଫ୍‌ ଅନିରୁଦ୍ଧ ସେଠୀ ଓ ଲିଟୁଆ ଓରଫ କାମେଶ୍ୱର ସେଠୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। 

ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ତ ପଛରେ ଧଳସାମନ୍ତ ଭ୍ରାତାଙ୍କ ହାତ ଥିଲା ବୋଲି ଅଭିଯୋଗ ହୋଇଥିଲା। ଦାଦାବଟି, ଟେଣ୍ତର ଫିକ୍ସି˚ ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ଦୁଇ ଅପରାଧିକ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗି ରହିଥିବା ବେଳେ ଏହି ଡବଲ ମର୍ଡର ଘଟଣା ଘଟିଥିଲା ବୋଲି କୁହାଯାଇଥିଲା। 

Advertisment

ଏହି ହତ୍ୟାକାଣ୍ଡ ଡି’ ବ୍ରଦର୍ସଙ୍କ ଇଙ୍ଗିତ ରେ ଅନ୍ୟ ଅପରାଧୀ ମାନେ ଘଟାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପୂର୍ବରୁ ସାନ ଭାଇ ସୁଶୀଲ ଧଳ ସାମନ୍ତଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତ ଖଲାସ ହୋଇଥିଲା ବେଳେ ସୁଶାନ୍ତ ଙ୍କୁ ପୋଲିସ ରେକର୍ଡ ରେ ଫେରାର ଦର୍ଶାଯାଇଥିଲା । 

୨୦୧୬ ମସିହାରେ ଡି ବ୍ରଦର୍ସ ଗିରଫ ହେବା ପରେ ୨୦୧୮ ମସିହାରେ ସୁଶାନ୍ତଙ୍କୁ ଏହି ମାମଲାରେ ରିମାଣ୍ଡ ଦିଆଯାଇଥିଲା। ମୋଟ ୩୯ ଜଣଙ୍କ ସାକ୍ଷୀଙ୍କ ସାକ୍ଷ ଗ୍ରହଣ କରାଯାଇଥିଲା ବେଳେ ସୁଶାନ୍ତ ଦଳ ସାମନ୍ତଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳିନଥିବା ଦର୍ଶାଇ କୋର୍ଟ ତାଙ୍କୁ ଖଲାସ କରିଛନ୍ତି। 


 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe