Advertisment

Bargarh Dhanu Jatra: ବାଜିମାରିଲେ ସୁଶୀଲ

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା  ୭୮ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ନଭେମ୍ବର ୧୫ରୁ ୧୭ ତାରିଖ ଯାଏ ଏଥିପାଇଁ କଳାକାର ଚୟନ କରାଯାଇଥିଲା। କଂସ ଭୂମିକା ପାଇଁ ଗତକାଲି ବରଗଡ଼ ଟାଉନ୍ ହଲ୍‌ରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।

Kansa24
Advertisment
କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବାଜି ମାରି ନେଇଛନ୍ତି ସୁଶୀଲ ମେହେର। ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ସେ। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ତଥା ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଆଜି କଂସ ଭୂମିକା ପାଇଁ ତାଙ୍କ ନାଁ ଘୋଷଣା କରିଛନ୍ତି। କଂସ ସହିତ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା କଳାକାରଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି।
Advertisment

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା  ୭୮ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ନଭେମ୍ବର ୧୫ରୁ ୧୭ ତାରିଖ ଯାଏ ଏଥିପାଇଁ କଳାକାର ଚୟନ କରାଯାଇଥିଲା। କଂସ ଭୂମିକା ପାଇଁ ଗତକାଲି ବରଗଡ଼ ଟାଉନ୍ ହଲ୍‌ରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ଼ ଜିଲ୍ଲା ଭେଡ଼େନର ସୁଶୀଲ ମେହେରଙ୍କ ସହିତ ୩୬ ଜଣ କଳାକାର ଭାଗ ନେଇଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଥିଲେ ସୁଶୀଲ ମେହେର। ତାଙ୍କ ଅଭିନୟ ବିଚାରକମାନଙ୍କ ମନକୁ ଛୁଇଁଥିଲା। ବରଗଡ଼ ଧନୁଯାତ୍ରାର କଳାକାର ଚୟନ ନିୟମ ଅନୁସାରେ ସେ ୩ ବର୍ଷ ପର୍ଯ୍ୟନ୍ତ କଂସ ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି।      

କଂସ ଭୂମିକା ପାଇଁ ସୁଶୀଲଙ୍କୁ ବଛା ଯାଇଥିବା ବେଳେ ମହାମନ୍ତ୍ରୀ ଭାବେ ଗୋଲାପ ଦାଶ, ସେନାପତି ଭାବେ ହେମନ୍ତ ପ୍ରଧାନ, ଅକ୍ରୁର ଭୂମିକା ପାଇଁ ଜଗନ୍ନାଥ ସାହୁ, ଉଗ୍ରସେନ ପାଇଁ ଆର୍ତ୍ତତ୍ରାଣ ମହାପାତ୍ର, ବସୁଦେବ ପାଇଁ ମନୋଜ ସାହୁ ଓ ଦେବକୀ ପାଇଁ ମୁଗ୍ଧା ଦାସଙ୍କ ନାମ ଘୋଷଣା କରାଯାଇଛି। ଚୟନ ହୋଇଥିବା ଏହି କଳାକାରଙ୍କ ମଧ୍ୟରେ କିଛି ନୂତନ ଓ କିଛି ପୁରାତନ କଳାକର ଅଛନ୍ତି। 

Advertisment

ଚଳିତ ବର୍ଷ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଏହା ୧୧ ଦିନ ଧରି ଚାଲିବ। ୨୦୨୬ ଜାନୁଆରୀ ୩ ତାରିଖରେ ଏହା ଶେଷ ହେବ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe