Advertisment

ଫୋନି ନେଲା ୪ ଜୀବନ!

ବାରିପଦା (ମାଣିକଲାଲ ପାଣି): ବାତ୍ୟା ‘ଫୋନି’ ନେଲା ୪ ଜୀବନ! ଗତକାଲି ‘ଫୋନି’ ପ୍ରଭାବରେ ହୋଇଥିବା ପବନରେ ଗଛ ପଡ଼ି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଦୁଇ ଜଣ ଯୁବକ ବାଇକ୍‌ରେ ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଯାଉଥିବା ବେଳେ  ବେଳେ ସେମାନଙ୍କ ଉପରେ ଗୋଟିଏ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ସେହିପରି ମୁର୍ଗାବାଡ଼ି ଅଞ୍ଚଳରେ ଦୋକାନ ଉପରେ ଗଛ ଉପୁଡ଼ିବାରୁ ଦୋକାନୀଙ୍କ […]

ଫୋନି ନେଲା ୪ ଜୀବନ!

baripada

Advertisment

ବାରିପଦା (ମାଣିକଲାଲ ପାଣି): ବାତ୍ୟା ‘ଫୋନି’ ନେଲା ୪ ଜୀବନ! ଗତକାଲି ‘ଫୋନି’ ପ୍ରଭାବରେ ହୋଇଥିବା ପବନରେ ଗଛ ପଡ଼ି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଗତକାଲି ଦୁଇ ଜଣ ଯୁବକ ବାଇକ୍‌ରେ ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଯାଉଥିବା ବେଳେ  ବେଳେ ସେମାନଙ୍କ ଉପରେ ଗୋଟିଏ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ମୁର୍ଗାବାଡ଼ି ଅଞ୍ଚଳରେ ଦୋକାନ ଉପରେ ଗଛ ଉପୁଡ଼ିବାରୁ ଦୋକାନୀଙ୍କ ମୃତ୍ୟୁ ଘଟିଛି। ବାରିପଦା ସହର ଉପକଣ୍ଠ ଚାଉଳିଶୋଳ ଛକରେ ଏକ ସ୍କପିଓ ଉପରେ ଗଛ ପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି।

Advertisment

ସୂଚନାରୁ ପ୍ରକାଶ, ‘ଫୋନି’ର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୨ଟା ଭିତରେ ପ୍ରବଳ ବର୍ଷା ହୋଇଥିଲା। ପବନ ମଧ୍ୟ ବହିଥିଲା। ବାରିପଦା ସହର ସମେତ ରାରଙ୍ଗପୁର, କପ୍ତିପଦା, ଖୁଣ୍ଟା, ଶ୍ୟାମାଖୁଣ୍ଟା, ଗୋପବନ୍ଧୁନଗର, ସାରଶକଣା ବ୍ଲକରେ ଫୋନି ତାଣ୍ଡବ ରଚିଛି। ଫୋନି ପ୍ରଭାବରେ ବିଶୋଇରେ ୮୭ ମିଲି ମିଟର, ଗୋପବନ୍ଧୁନଗରରେ ୫୭ ମିଲି ମିଟର, ସାରଶକଣାରେ ୬୮ ମିଲି ମିଟର ବର୍ଷା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe