Advertisment

Murder: ରାଜଧାନୀରେ ୟୁଟ୍ୟୁବରଙ୍କ ହତ୍ୟା ଘଟଣା; ଯୋଜନାବଦ୍ଧ ନା ହଠାତ୍‌

କାହିଁକି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଛ ବୋଲି ଶିବାଙ୍କୁ ପଚାରିଥିଲେ ଯବାନ ସଂଗ୍ରାମ ବେହେରା। ତା’ପରେ ଆରମ୍ଭ ହୋଇଥିଲା କଥା କଟାକଟି। ଯବାନ ଓ ତାଙ୍କର ଦୁଇ ପୁତୁରା ଶିବାକୁ ଆକ୍ରମଣ କରିଥିଲେ। ସେମାନଙ୍କୁ ଅଟକାଇବାକୁ ରାହୁଲ ଆସିଥିଲେ।

Murder
Advertisment

ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରୀ ଭୁଷି ହତ୍ୟା ମାମଲାରେ ବଢ଼ୁଛି ସସପେନ୍ସ। ଏହା ଯୋଜନାବଦ୍ଧ ହତ୍ୟା ନା ହଠାତ୍‌ ଉତ୍‌କ୍ଷିପ୍ତରୁ ଘଟିଛି। ପୁଲିସ କହୁଛି ହଠାତ୍ ଉତକ୍ଷିପ୍ତରୁ ହତ୍ୟାକାଣ୍ଡ ଘଟିଛି । ମାମଲାରେ ସେନା ଯବାନ ଓ ତାଙ୍କର ଦୁଇ ପୁତୁରାଙ୍କୁ ଗିରଫ କରିସାରିଛି ପୁଲିସ୍ । ହେଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଯଦି ହଠାତ ଘଟଣା ଘଟିଲା, ତା’ହେଲେ ସେମାନଙ୍କ ପାଖରେ ଛୁରୀ କେଉଁଠୁ ଆସିଲା ? ସେନା ଯବାନଙ୍କ ଧୈର୍ଯ୍ୟ ବହୁତ ଥାଏ। ହେଲେ ତାଙ୍କ ଉପସ୍ଥିତିରେ ଏକ ଛୋଟ କଥାକୁ ନେଇ ଛୁରାମାଡ଼ କରାଯିବା କେତେ ଗ୍ରହଣୀୟ ? ସେନା ଯବାନଙ୍କ ସହ ରାହୁଲଙ୍କ ବନ୍ଧୁଙ୍କ ଝଗଡ଼ା ହୋଇଥିଲା, ରାହୁଲ କେବଳ ଅଟକାଇଥିଲେ।  ତା’ହେଲେ ବନ୍ଧୁଙ୍କୁ ନମାରି ରାହୁଲଙ୍କୁ କାହିଁକି ମାରିଲେ ? ଏମିତି ମାଳ ମାଳ ପ୍ରଶ୍ନ ଭିତରେ ପରିବାର ଲୋକେ ବି କହୁଛନ୍ତି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ।  

Advertisment

ଶନିବାର ରାତି ସାଢ଼େ ୯ଟା। ରସୁଲଗଡ଼ ଜିଜିପି କଲୋନୀ ହାଇସ୍କୁଲ ପଡ଼ିଆରେ ୟୁଟ୍ୟୁବର ରାହୁଲ ନିଜ ବନ୍ଧୁ ଶିବା ଓ ଅନ୍ୟ ଚାରି ଜଣଙ୍କ ସହ ବସିଥିଲେ । ସେଠାରୁ କିଛି ଦୂରରେ ସେନାର ଯବାନ ସଂଗ୍ରାମ ବେହେରା ତାଙ୍କ ଦୁଇ ପୁତୁରା କୁନା ଓ ମୁନା ସହିତ ବସିଥିଲେ। ନିଶାର ଆସର ଜମିଥିଲା । ରାହୁଲଙ୍କ ସାଙ୍ଗ ଶିବା ଫୋନରେ କାହା ସହିତ କଥା ହୋଇ ଅଶୀଳ୍ଳ ଭାଷାରେ ଗାଳିଗୁଲଜ କରି ସେନା ଯବାନ ବସିଥିବା ସ୍ଥାନ ଆଡ଼କୁ ଯାଇଥିଲେ।

କାହିଁକି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଛ ବୋଲି ଶିବାଙ୍କୁ ପଚାରିଥିଲେ ଯବାନ ସଂଗ୍ରାମ ବେହେରା। ତା’ପରେ ଆରମ୍ଭ ହୋଇଥିଲା କଥା କଟାକଟି। ଯବାନ ଓ ତାଙ୍କର ଦୁଇ ପୁତୁରା ଶିବାକୁ ଆକ୍ରମଣ କରିଥିଲେ। ସେମାନଙ୍କୁ ଅଟକାଇବାକୁ ରାହୁଲ ଆସିଥିଲେ। ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଯବାନଙ୍କ ସାନ ପୁତୁରା ମୁନା ଏକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ରାହୁଲଙ୍କ ମୃତ୍ୟୁ ହୋଇଥିଲା। କମିଶନରେଟ୍ ପୁଲିସର କହିବା କଥା ସଡନ୍ ପ୍ରଭୋକେସନରୁ ଛୁରା ମାଡ଼ କରିଥିଲେ ଅଭିଯୁକ୍ତ। ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ମଞ୍ଚେଶ୍ୱର ଥାନା ପୁଲିସ ।

Advertisment

ଯବାନ ସଂଗ୍ରାମ ବେହେରା ଛୁଟିରେ ଘରକୁ ଆସିଥିଲେ। ତାଙ୍କ ଘର କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅଞ୍ଚଳରେ। ସେ ଜମ୍ମୁ ଓ କଶ୍ମୀରରେ ନିଯୁକ୍ତ ହୋଇଛନ୍ତି। ନିଜ ଦୁଇ ପୁତୁରାଙ୍କ ସହ ରସୁଲଗଡ଼ ଜିଜିପି କଲୋନୀସ୍ଥିତ ଭଡ଼ା ଘରେ ରହୁଥିଲେ।

ମୃତ ରାହୁଲଙ୍କ ପରିବାର ଲୋକଙ୍କ ଅଭିଯୋଗ ଯେ ପୂର୍ବ ଯୋଜନା ନଥିଲେ, ଏତେ ବଡ଼ ହତ୍ୟାକାଣ୍ଡ ସମ୍ଭବ ନୁହେଁ । କିଛି ପୁରୁଣା ରାଗ ରଖି ରାହୁଲଙ୍କୁ ଡାକି ହତ୍ୟା କରାଯାଇଛି।  ଏହି ହତ୍ୟାକାଣ୍ଡ ପଛରେ ପ୍ରକୃତରେ କି କାରଣ ଅଛି ତାହା, ପୁଲିସ୍ ସଠିକ ଭାବେ ତଦନ୍ତ କଲେ ହିଁ ପଦାକୁ ଆସିପାରିବ। 

ଭୁବନେଶ୍ୱରରୁ ଅରୁଣ କୁମାର ସାହୁ ଓ ଜ୍ୟୋତିପ୍ରକାଶଙ୍କ ରିପୋର୍ଟ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe