medicne
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବିଧାନସଭାର ଡିସ୍ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ନିଲମ୍ୱନ ଆଦେଶ ଉଠାଇଲେ ରାଜ୍ୟ ସରକାର। ତାଙ୍କୁ ପୁଣି ବିଧାନସଭାର ଡିସ୍ପେନସାରୀରେ ମେଡିକାଲ ଅଫିସର ଭାବେ ଦାୟିତ୍ୱ ଦିଆଗଲା।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ତଥ୍ୟ ଲୁଚାଇଥିବା ଅଭିଯୋଗରେ ଡାକ୍ତର ଲଳିତ ବେହେରାଙ୍କୁ ମାର୍ଚ୍ଚ ୨୭ ତାରିଖରେ ନିଲମ୍ବନ କରାଯାଇଥିଲା। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଥିଲେ।
କରୋନାରେ ଆକ୍ରାନ୍ତ ହୋଇଥିବା ତୃତୀୟ ବ୍ୟକ୍ତିଜଣଙ୍କ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରୁ ହରିଆଣାର ରିୱାଡ଼ା ଯାଇ ୧୦ ତାରିଖରେ ଭୁବନେଶ୍ୱର ଫେରିଥିଲେ। ଏହାପରେ ସେ ମାର୍ଚ୍ଚ ୧୩ରେ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ମାର୍ଚ୍ଚ ୧୬ରେ ବିଧାନସଭା ଡିସ୍ପେନ୍ସାରୀକୁ ଚିକିତ୍ସା ପାଇଁ ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/medicne.jpg)