Advertisment

‘ପାଇଖାନା ତିଆରି ନାଁରେ ବିଡ଼ିଓ ଖାଇଗଲେ ୫ କୋଟି’

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପାଇଖାନା ତିଆରି ନାଁରେ ବିଡିଓ ଖାଇଛନ୍ତି ୫ କୋଟି ଟଙ୍କା। ଏପରି ଅଭିଯୋଗ ଆସିଛି ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂଧରୁଆଙ୍କ ବିରୋଧରେ। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଏଥିସହ ସେ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ପାଇଖାନା ଦୁର୍ନୀତିର ଗୁମର ଖୋଲିଛନ୍ତି। ପ୍ରଦୀପ କହିଛନ୍ତି-“ପାଇଖାନା ତିଆରି ନାଁରେ ଝରିଗାଁ ବ୍ଲକରେ ୩୧ କୋଟିରୁ ୨୦ […]

ଅଦ୍ୟତନ ହୋଇଛି
‘ପାଇଖାନା ତିଆରି ନାଁରେ ବିଡ଼ିଓ ଖାଇଗଲେ ୫ କୋଟି’

toilet

Advertisment

ନବରଙ୍ଗପୁର (ନବଘନ ବିଷୋୟୀ): ସ୍ୱଚ୍ଛ ଭାରତ ମିଶନ ଅଧୀନରେ ପାଇଖାନା ତିଆରି ନାଁରେ ବିଡିଓ ଖାଇଛନ୍ତି ୫ କୋଟି ଟଙ୍କା। ଏପରି ଅଭିଯୋଗ ଆସିଛି ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୁର ସିଂଧରୁଆଙ୍କ ବିରୋଧରେ। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଏଥିସହ ସେ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ପାଇଖାନା ଦୁର୍ନୀତିର ଗୁମର ଖୋଲିଛନ୍ତି।

Advertisment

ପ୍ରଦୀପ କହିଛନ୍ତି-“ପାଇଖାନା ତିଆରି ନାଁରେ ଝରିଗାଁ ବ୍ଲକରେ ୩୧ କୋଟିରୁ ୨୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେଥିରୁ ୫ କୋଟି ଟଙ୍କା ଝରିଗାଁ ବିଡିଓ ବିଡିଓ ଦେବେନ୍ଦ୍ର ବାହାଦୁର ସିଂଧରୁଆ ଖାଇଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି।”

ସେ ଅହୁରି କହିଛନ୍ତି-“କେବଳ ଝରିଗାଁ ବ୍ଲକରେ ପାଇଖାନା ଦୁର୍ନୀତି ହୋଇନାହିଁ। ସମଗ୍ର ଜିଲ୍ଲାରୁ ଦୁର୍ନୀତିର ଗନ୍ଧ ବାହାରୁଛି। ନବରଙ୍ଗପୁର ଜିଲ୍ଲା ୧୦ ବ୍ଲକରେ ୨ ଲକ୍ଷ ୬୯ ହଜାର ୮୬୨ଟି ପାଇଖାନା ତିଆରି ହୋଇଥିବା ସରକାରୀ ତଥ୍ୟ କହୁଛନ୍ତି। ଏଥିପାଇଁ ୩୨୩ କୋଟି ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ପ୍ରକୃତରେ ଜିଲ୍ଲାରେ ଦେଢ଼ ଲକ୍ଷ ପାଇଖାନା ତିଆରି ହୋଇନାହିଁ। ଆଉ ଯେଉଁ ପାଇଖାନା ତିଆରି ହୋଇଛି, ସେଥିରେ ଟାଙ୍କି ନାହିଁ। କେବଳ କାଗଜ କଲମରେ ପାଇଖାନା ତିଆରି ହୋଇଥିବା ଦର୍ଶାଇ ଅଧିକାରୀମାନେ ସବୁ ଟଙ୍କା ହଡପ୍‌ କରିନେଇଛନ୍ତି। ରାଜ୍ୟ ସରକାର ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଂଗ୍ରେସ ଆଗାମୀ ଦିନରେ ହାଇକୋର୍ଟରେ ଜନ ସ୍ୱାର୍ଥ ମାମଲା ଦାୟର କରିବ ବୋଲି ପ୍ରଦୀପ ଚେତାବନୀ ଦେଇଛନ୍ତି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe