Advertisment

ସ୍ୱର୍ଗଦ୍ୱାର ଜମି ହଡ଼ପ: ୧୬ ଏକରରୁ ଅଛି ମାତ୍ର ଅଧ ଏକର

ପୁରୀ: କିଛି ଲୋକ ଚଞ୍ଚକତା କରି ସ୍ୱର୍ଗଦ୍ୱାର ପାଇଁ ଉଦ୍ଦିଷ୍ଟ ଜମିକୁ ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି। କେବଳ ଜମି ହଡ଼ପ ହୋଇନାହିଁ, ଉକ୍ତ ସ୍ଥାନରେ ହୋଟେଲ୍, ଘର, ଦୋକାନ ଏମିତି କି ସ୍କୁଲ୍ ବି ପ୍ରତିଷ୍ଠା କରଯାଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ପୁରୀ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସ୍ୱର୍ଗଦ୍ୱାର ପରି ଏକ ପବିତ୍ର ସ୍ଥାନକୁ ଏପରି ଜବରଦଖଲ କରାଯିବାକୁ ନେଇ ଚାରିଆଡୁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। […]

ଅଦ୍ୟତନ ହୋଇଛି
ସ୍ୱର୍ଗଦ୍ୱାର ଜମି ହଡ଼ପ: ୧୬ ଏକରରୁ ଅଛି ମାତ୍ର ଅଧ ଏକର

puri

Advertisment

ପୁରୀ: କିଛି ଲୋକ ଚଞ୍ଚକତା କରି ସ୍ୱର୍ଗଦ୍ୱାର ପାଇଁ ଉଦ୍ଦିଷ୍ଟ ଜମିକୁ ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି। କେବଳ ଜମି ହଡ଼ପ ହୋଇନାହିଁ, ଉକ୍ତ ସ୍ଥାନରେ ହୋଟେଲ୍, ଘର, ଦୋକାନ ଏମିତି କି ସ୍କୁଲ୍ ବି ପ୍ରତିଷ୍ଠା କରଯାଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ପୁରୀ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ସ୍ୱର୍ଗଦ୍ୱାର ପରି ଏକ ପବିତ୍ର ସ୍ଥାନକୁ ଏପରି ଜବରଦଖଲ କରାଯିବାକୁ ନେଇ ଚାରିଆଡୁ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।

Advertisment

ସ୍ୱର୍ଗଦ୍ୱାରରେ ଶବ ଦାହ କଲେ ମୋକ୍ଷ ପ୍ରାପ୍ତି ହୁଏ। ଏହି ବିଶ୍ୱାସ ନେଇ ପ୍ରିୟଜନକଙ୍କ ମୃତଦେହ ଦାହ କରିବାକୁ ସାରା ରାଜ୍ୟରୁ ଲୋକେ ଏଠାକୁ ଆସନ୍ତି। ଆଗରୁ ସ୍ୱର୍ଗଦ୍ୱାର ବେଶ୍ ପ୍ରଶସ୍ତ ଥିଲା। ହେଲେ ଏବେ ଏହା ସଙ୍କୁଚିତ ହୋଇ ମାତ୍ର ଅଧ ଏକରରେ ସୀମିତ ହୋଇଯାଇଛି। ସ୍ୱର୍ଗଦ୍ୱାର ଜମିର ଅଧାରୁ ଅଧିକ ଜବରଦଖଲକାରୀଙ୍କ କବଜ୍‌ରେ ରହିଥିବା ଅଭିଯୋଗ ହୋଇଛି। କିଛି ବ୍ୟକ୍ତି ଏହି ଜମିକୁ ବନ୍ଦୋବସ୍ତ ରେକର୍ଡରେ ନିଜ ନାଁରେ କରାଇ ନେଇଥିବା ବେଳେ ଆଉ କିଛି ହାତପଟ୍ଟା ଜରିଆରେ ହାତେଇଛନ୍ତି। ଜବରଦଖଲ ଜମିରେ ହୋଟେଲ, ଲଜ୍‌, ହଲିଡେ ହୋମ୍‌ ଓ ସ୍କୁଲ ନିର୍ମାଣ କରାଯାଇଛି।

ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ ରଥ କହିଛନ୍ତି, ଏହାର ତଦନ୍ତ ହେବା ନିହାତି ଆବଶ୍ୟକ। ୧୬ ଏକର ଜମି ଏତେ ଅଧ ଏକରରେ ପହଞ୍ଚିଛି। ଏହା ହିନ୍ଦୁଙ୍କ ଆସ୍ଥା ଉପରେ କୁଠାରଘାତ କରୁଛି। ପ୍ରଶଶସନ ଏହାର ତଦନ୍ତ କରିବା ଉଚିତ୍‌।

Advertisment

ପୁରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ୧୯୩୬ ମସିହାରେ ଶବ ଦାହ ପାଇଁ ୧୬ ଏକର ଜମି ପ୍ରଦାନ କରାଯାଇଥିଲା। ତେବେ ଚଞ୍ଚକତା କରି କିଛି ଲୋକ ଏହି ଜମିର ମାଲିକ ହୋଇଛନ୍ତି। ଅନ୍ୟପକ୍ଷେ ସ୍ୱର୍ଗଦ୍ୱାର ଆଖପାଖରେ ହୋଟେଲ ଓ ଘର କରିଥିବା ମାଲିକ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe